ନୂଆଦିଲ୍ଲୀ: ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବଲିଉଡର ଏକ ଜଣାଶୁଣା ନାଁ । ସେ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର, ଏକ ଭିଲେନ୍, ମରଜାଓ୍ବା ଭଳି ହିଟ ଚଳଚ୍ଚିତ୍ରରେ ନିଜର ଜବରଦସ୍ତ ଅଭିନୟରେ ଫ୍ୟାନ୍ସଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।
-
The deadliest covert operation undertaken by our intelligence agency behind enemy lines !
— Sidharth Malhotra (@SidMalhotra) December 23, 2020 " class="align-text-top noRightClick twitterSection" data="
Presenting the first look of #MissionMajnu pic.twitter.com/gYtLkWJKVA
">The deadliest covert operation undertaken by our intelligence agency behind enemy lines !
— Sidharth Malhotra (@SidMalhotra) December 23, 2020
Presenting the first look of #MissionMajnu pic.twitter.com/gYtLkWJKVAThe deadliest covert operation undertaken by our intelligence agency behind enemy lines !
— Sidharth Malhotra (@SidMalhotra) December 23, 2020
Presenting the first look of #MissionMajnu pic.twitter.com/gYtLkWJKVA
ବର୍ତ୍ତମାନ ସିଦ୍ଧାର୍ଥ ସାନ୍ତନୁ ବାଗଚିଙ୍କ ଫିଲ୍ମରେ ନଜର ଆସିବେ ।
ଚଳଚ୍ଚିତ୍ର ନିର୍ମାତାମାନେ 'ମିଶନ୍ ମଜନୁ'ର ଫାଷ୍ଟ ଲୁକ୍ ପୋଷ୍ଟରର ଝଲକ ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥଙ୍କୁ ରଶ୍ମିକା ମଦାନାଙ୍କ ସହିତ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।
ଥ୍ରୀଲରରେ ସିଦ୍ଧାର୍ଥ ଏକ 'ର ଏଜେଣ୍ଟ' ର ଭୂମିକାରେ ନଜର ଆସିବେ । ସାଉଥ ସୁପରଷ୍ଟାର ରଶ୍ମିକା ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି ।
'ମିଶନ୍ ମଜନୁ' ର ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରି ନିର୍ମାତାମାନେ ଲେଖିଛନ୍ତି, 'ମିଶନ୍ ମଜନୁ'ର ଫାଷ୍ଟ ଲୁକ୍ ' ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ଅମର ବୁଟାଲା, ଗରିମା ମେହେତା ଏବଂ ରନି ସ୍କ୍ରୁବାଲାଙ୍କ ସହିତ ଏହାକୁ ନିର୍ମାଣ କରୁଛନ୍ତି । ସିଦ୍ଧାର୍ଥ ଏବଂ ରଶ୍ମିକାଙ୍କ ଚଳଚ୍ଚିତ୍ର 'ମିଶନ୍ ମଜନୁ' 1970 ଦଶକର ପ୍ରକୃତ ଘଟଣା ଉପରେ ଆଧାରିତ ।
ସିଦ୍ଧାର୍ଥ ଫିଲ୍ମ ବିଷୟରେ କହିଥିଲେ ଯେ,'ମିଶନ୍ ମଜନୁ' ଏକ ପ୍ରକୃତ ଘଟଣା ଦ୍ବାରା ପ୍ରେରିତ ଦେଶପ୍ରେମୀ କାହାଣୀ । ଏହା ଦର୍ଶାଏ ଯେ 'ର ଏଜେଣ୍ଟ'ମାନେ କିପରି ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ କାମ କରନ୍ତି । ଏହି ଚଳଚ୍ଚିତ୍ର ଫେବୃଆରୀ 2021 ରେ ଆସିପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ