ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବେ ନିଜର ଅପକମିଂ ଫିଲ୍ମ ‘ଶେରଶାହ’ର ସୁଟିଂରେ ବ୍ୟସ୍ତ । ଯାହାର ସୁଟିଂ ବର୍ତ୍ତମାନ କାରଗିଲରେ ଚାଲିଛି । କିନ୍ତୁ ସୁଟିଂ ସେଟରୁ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ହୁଏତ ଫ୍ୟାନ୍ସଙ୍କୁ ଭଲ ଲାଗିବ ନାହିଁ ।
ଆଜ୍ଞା ହଁ, କଥାଟି ହେଲା କି ଏକ ଦୁର୍ଘଟଣାରେ ସିଦ୍ଧାର୍ଥ ଆହତ ହୋଇଛନ୍ତି । ନିଜ କୋ-ଷ୍ଟାର ଶିବ ପଣ୍ଡିତଙ୍କ ସହ ବାଇକ ରାଇଡ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ସେ । ହେଲମେଟ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତି ଗଲେ ସିଦ୍ଧାର୍ଥ । ଏହି ଦୁର୍ଘଟଣାରେ ସିଦ୍ଧାର୍ଥଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି । ଯାହାଦ୍ବାରା ବର୍ତ୍ତମାନ ତାଙ୍କୁ ଡାକ୍ତର ଗୋଟିଏ ସପ୍ତାହ ପାଇଁ ଆରାମ କରିବାକୁ କହିଛନ୍ତି ।
ପ୍ରକାଶ ଥାଉକି ଏତେ ଆଘାତ ଲାଗିବା ପରେ ମଧ୍ୟ ରବିବାର ସିଦ୍ଧାର୍ଥ ଫିଲ୍ମର ସୁଟିଂ ଜାରି ରଖିଥିଲେ । ଯଦି ‘ଶେରଶାହ’ ଫିଲ୍ମ ବିଷୟରେ କଥା ହେବା ତେବେ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ବିଷ୍ଣୁ ବରଧାନ । ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କିରବାକୁ ପ୍ଲାନିଂ କରୁଛନ୍ତି ମେକର୍ସ । ‘ଶେରଶାହ’ରେ କାରଗିଲ ଯୁଦ୍ଧର ହିରୋ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଭୂମିକାରେ ନଜର ଆସିବେ ସିଦ୍ଧାର୍ଥ । ଯିଏ 1999 କାରଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ ।