ETV Bharat / sitara

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଉପହାର ଦେଲେ ସିଦ୍ଧାର୍ଥ - ସିଦ୍ଧାର୍ଥ ମଲହୋତ୍ରାଙ୍କ ଫାଷ୍ଟଲୁକ ପୋଷ୍ଟର ରିଲିଜ

କାରଗିଲ ଯୁଦ୍ଧରେ ନେତୃତ୍ବ ନେଇଥିବା ସାହସୀ ବୀର ତଥା କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଜୀବନକୁ ନେଇ ଆଧାରିତ ଫିଲ୍ମ ‘ସେରଶାହ’ର ଫାଷ୍ଟଲୁକ ପୋଷ୍ଟର ଜାରି । 35ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଉପହାର ଦେଲେ ସିଦ୍ଧାର୍ଥ ମଲହୋତ୍ରା ।

siddharth malhotra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ମଲହୋତ୍ରା
author img

By

Published : Jan 16, 2020, 7:32 PM IST

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଜି 35ତମ ଜନ୍ମଦିନ । ଏହି ଅବସରରେ ସେ ଫ୍ୟାନ୍ସଙ୍କୁ ଶାନଦାର ଉପହାର ଦେଇଛନ୍ତି । ଯାହାକୁ ନେଇ ଖୁସି ହୋଇଯାଇଛନ୍ତି ଫ୍ୟାନ୍ସ । ଦୀର୍ଘ ସମୟରୁ ଚର୍ଚ୍ଚିତ ଫିଲ୍ମ ‘ସେରଶାହ’ ସୁଟିଂରେ ଖୁବ୍ ବ୍ୟସ୍ତ ନଜର ଆସୁଛନ୍ତି ସିଦ୍ଧାର୍ଥ । ଆଉ ଜନ୍ମଦିନରେ ଫିଲ୍ମ ‘ସେରଶାହ’ର ଫାଷ୍ଟ ଲୁକ ପୋଷ୍ଟର ଫ୍ୟାନ୍ସଙ୍କ ପାଇଁ ରିଲିଜ କରିଛନ୍ତି ସେ ।

ଫିଲ୍ମ ‘ସେରଶାହ’ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧରେ ହିରୋ ସାଜିଥିବା ସହିଦ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ଜୀବନ ଉପରେ ଆଧାରିତ । ସହିଦ ବିକ୍ରମ ଭାରତୀୟ ସେନାର ପରମବୀର ଚକ୍ର ବିଜେତା ।

ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଫେମସ ନିର୍ମାତ କରନ ଜୋହର ନିଜ ଟ୍ବିଟରରେ ସେୟାର କରିଛନ୍ତି । ଫାଷ୍ଟ ଲୁକରେ କରନ ଦୁଇଟି ପୋଷ୍ଟର୍ସ ସେୟାର କରିଛନ୍ତି । ଏହାବ୍ୟତୀତ କରନ ଓ ସିଦ୍ଧାର୍ଥ ଇନଷ୍ଟାଗ୍ରାମରେ ମଧ୍ୟ ‘ସେରଶାହ’ର ଫାଷ୍ଟଲୁକ ପୋଷ୍ଟର ସେୟାର କରିଛନ୍ତି ।

ସିଦ୍ଧାର୍ଥ ଏହାକୁ ସେୟାର କରି କ୍ୟାପ୍ଟେନ ବିକ୍ରମ ବତ୍ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ସାହସୀର ଭିନ୍ନ ଭିନ୍ନ ରଙ୍ଗକୁ ପରଦାରେ ଦେଖାଇବା ବଡ ସମ୍ମାନର କଥା । କ୍ୟାପ୍ଟେନ ବିକ୍ରମଙ୍କ ଜୀବନ ଯାତ୍ରାକୁ ଶ୍ରଦ୍ଧାଞ୍ଜଳୀ ଓ ତାଙ୍କ କାହାଣୀକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଯାଉଛି ।’

Intro:Body:

A

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.