ETV Bharat / sitara

ସାକ୍ଷାତ କରନ୍ତୁ ନୂଆ ବଣ୍ଟି-ବବଲିଙ୍କ ସହ

author img

By

Published : Dec 17, 2019, 5:38 PM IST

ଘୋଷଣା ହୋଇଯାଇଛି ସୁପରହିଟ୍ ଫିଲ୍ମ ‘ବଣ୍ଟି ଔର ବବଲି’ର ସିକ୍ବେଲ ଫିଲ୍ମ। ଫିଲ୍ମରେ ଅଭିଷେକ ଓ ରାନୀଙ୍କ ପରିବର୍ତ୍ତେ ଦର୍ଶକେ ଦେଖିବାକୁ ପାଇବେ ନୂଆ ଯୋଡି।

bunty aur babli 2
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: କିଛି ଦିନ ହେବ ବଲିଉଡରେ ଚର୍ଚ୍ଚା ଜୋର ଧରିଛି ଯେ ଜୁନିୟର ବଚ୍ଚନ ଓ ରାନୀ ମୁଖାର୍ଜୀଙ୍କ ଫେମସ ଫିଲ୍ମ ‘ବଣ୍ଟି ଔର ବବଲି’ର ସିକ୍ବେଲ ଫିଲ୍ମ ନିର୍ମାଣ ହେବ। ଏହି ଫିଲ୍ମଟି 2005ରେ ରିଲିଜ ହୋଇଥିଲା। ଯାହା ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା। ‘ବଣ୍ଟି ଔର ବବଲି’ର ପାର୍ଟି ସଙ୍ଗ ‘କଜରା’ ଦର୍ଶକଙ୍କ ଖୁବ୍ ମନ କିଣିଥିଲା। ଯେଉଁଥିରେ ଅଭିଷେକ, ଅମିତାଭ ବଚ୍ଚନ ଓ ଐଶ୍ଚର୍ଯ୍ୟା ରାୟଙ୍କ ଭିନ୍ନ ଅନ୍ଦାଜରେ ଦେଖି ଖୁସି ହୋଇ ଯାଇଥିଲେ ଦର୍ଶକେ।

ପାଖାପାଖି 14 ବର୍ଷ ପରେ ଏହି ଫିଲ୍ମର ସିକ୍ବେଲ ନିର୍ମାଣ ହେବାକୁ ଯାଉଛି। ଯାହାର ଘୋଷଣା ମଙ୍ଗଳବାର ୟଶରାଜ ଫିଲ୍ମସ ଦ୍ବାରା କରାଯାଇଛି। ଏହାସହ ଫିଲ୍ମର ଷ୍ଟାରକାଷ୍ଟ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଛି।

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ‘ଗଲ ବୟ’ର ସହ-ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଓ ନବାଗତ ଅଭିନେତ୍ରୀ ସରଭାରୀ । ଫିଲ୍ମର ଘୋଷଣା କରାଯିବା ସହ ୟଶରାଜ ଫିଲ୍ମସର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଯୋଡିଙ୍କ ଫଟୋ ମଧ୍ୟ ସେୟାର କରାଯାଇଛି।

ଅନ୍ୟପଟେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ଦୁଇଜଣଙ୍କ ଫଟୋ ସେୟାର କରି ଟ୍ବିଟରରେ ‘ବଣ୍ଟି ଔର ବବଲି 2’ର ଘୋଷଣା କରିଛନ୍ତି। ‘ସୁଲତାନ’ ଫିଲ୍ମର ସହ-ନିର୍ଦ୍ଦେଶକ ବରୁଣ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ। ସେହିପରି ଫିଲ୍ମର ପ୍ରଯୋଜନା କରିବେ ଆଦିତ୍ୟ ଚୋପ୍ରା।

tweet

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.