ETV Bharat / sitara

ସୁଶାନ୍ତଙ୍କୁ ପୁଣି ମନେ ପକାଇଲେ ଭଉଣୀ ଶ୍ବେତା

author img

By

Published : Jan 13, 2021, 7:36 AM IST

ସୋସିଆଲ ମିଡିଆରେ ସୁଶାନ୍ତଙ୍କ ହାତ ଲେଖା ଚିଠି ପୋଷ୍ଟ କରି ଭାବବିହ୍ବଳ ଶ୍ବେତା । ଜୀବନରେ ଭୁଲ ଖେଳ ଖେଳିଥିଲେ ସୁଶାନ୍ତ ବୋଲି ଚିଠି ଲେଖିଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ କ୍ରିତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଯାବତ ତାଙ୍କ ମୃତ୍ୟୁ ମାମଲାରେ ଦେଶର ତିନୋଟି ବଡ ଏଜେନ୍ସି ଯାଞ୍ଚ କରୁଛି । ସେପଟେ ଜାନୁଆରୀ 14ରେ ଅଭିନେତାଙ୍କ ମୃତ୍ୟୁକୁ ସାତ ମାସ ପୂରଣ ହେବାକୁ ଯାଉଛି । ଏହି ଦୁଃଖରେ ତାଙ୍କ ଭଉଣୀ ଶ୍ବେତା ସିଂ କ୍ରିତି ପୁଣିଥରେ ସୋସିଆଲ ମିଡିଆରେ ଭାଇଙ୍କୁ ମନେ ପକାଇଛନ୍ତି । ସେ ସୁଶାନ୍ତଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିର ସ୍କ୍ରିନସଟ ସେୟାର କରିଛନ୍ତି ।

ସେ ଇନଷ୍ଟାଗ୍ରାମରେ ଏହାକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭାଇଙ୍କ ଦ୍ବାରା ଏହି ଚିଠି ଲେଖାଯାଇଛି । ଚିନ୍ତା ଏତେ ଗଭୀର । ଫରଏଭର ସୁଶାନ୍ତ ।’ ସେହିପରି ଚିଠିରେ ଲେଖାଯାଇଛି, ‘ମତେ ଲାଗୁଛି ମୁଁ ମୋ ଜୀବନର 30 ବର୍ଷ ବଞ୍ଚିସାରିଲେଣି । ଏବେ କିଛି ନୂଆ ଜିନିଷ ଟ୍ରାଏ କରିବାକୁ ଚାହୁଁଛି । ମୁଁ ଭଲ ଚିନ୍ତା କରିବାକୁ ଚାହୁଁଥିଲେ । ମୁଁ ଟେନିସ୍‌ରେ ଭଲ ହେବା ସହ ସ୍କୁଲ ଏବଂ ଗ୍ରେଡ୍ସ ମଧ୍ୟ ଭଲ ରଖିବାକୁ ଚାହୁଁଥିଲି । ବର୍ତ୍ତମାନ ମୁଁ ଯେଉଁ ରାସ୍ତାରେ ଅଛି ତାହା ମତେ ଭଲ ଲାଗୁନି । ଯଦି ମୁଁ ଭଲ ପାଇପାରିଥାଆନ୍ତି । ମୁଁ ଏବେ ଚିନ୍ତା କରୁଛି ମୁଁ ଖେଳ ଭୁଲ ଖେଳିଥିଲି । କାରଣ ଖେଳଟି ସର୍ବଦା ଜାଣିବା ପାଇଁ ଥିଲା ଯାହା ମୁଁ ପୂର୍ବରୁ ଜାଣିଥିଲି ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଦ୍ବାରା ଦାଖଲ ହୋଇଥିବା ଏଫଆଇଆରକୁ ବନ୍ଦ କରିବା ପାଇଁ ଅଭିନେତାଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ବମ୍ବେ ହାଇକୋର୍ଟ ଏହାର ଆଦେଶରେ ସଂରକ୍ଷିତ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.