ନୂଆଦିଲ୍ଲୀ: ପୁତ୍ର ସନ୍ତାନର ଜନନୀ ହେଲେ ଗାୟିକା ଶ୍ରେୟା ଘୋଷାଲ । ଆଜି(ଶନିବାର) ଅପରାହ୍ନରେ ଶ୍ରେୟା ବେବି ବଏକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।
ଶ୍ରେୟା ଏକ ପୋଷ୍ଟକୁ ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛି, 'ଭଗବାନ ଆଜି ଅପରାହ୍ନରେ ଏକ ପୁଅକୁ ଆଶୀର୍ବାଦ ଦେଇଛନ୍ତି। ଏହା ଅତ୍ୟନ୍ତ ଭାବପ୍ରବଣ ମୁହୁର୍ତ୍ତ । ଏହା ପୂର୍ବରୁ ଏମିତି ମୁଁ କେବେ ଅନୁଭବ କରିନଥିଲି । ଶିଲାଦିତ୍ୟ ଏବଂ ମୁଁ ଆମ ପରିବାର ସହିତ ଏହାକୁ ସେଲିବ୍ରେଟ କରୁଛୁ । ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ' ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ କି, ଶ୍ରେୟା 10 ବର୍ଷ ରିଲେସନଶପରେ ରହିବା ପରେ 2015ରେ ଶିଲାଦିତ୍ୟଙ୍କୁ ବିବାହ କରିଥିଲେ । ବଙ୍ଗୀୟ ବିଧି-ବିଧାନରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ସେହିପରି ଶ୍ରେୟା 2002ରେ ସଞ୍ଜୟ ଲୀଲା ଭଂସାଲୀଙ୍କ ସୁପରଡୁପରହିଟ୍ ଫିଲ୍ମ ‘ଦେବଦାସ’ରେ ପ୍ଲେବ୍ୟାକ ସିଙ୍ଗର ରୂପେ କ୍ୟାରିୟର ଆରମ୍ଭ କରିଥିଲେ ।