ହାଇଦ୍ରାବାଦ: ବଲିଉଡ଼ ଆଶିକି ଗର୍ଲ ଶ୍ରଦ୍ଧା କପୁର ଫଟୋଗ୍ରାଫର ଫ୍ରେଣ୍ଡ ରୋହନ ଶ୍ରେଷ୍ଠାଙ୍କ ସହ ନିଜ ସମ୍ପର୍କକୁ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି । କିନ୍ତୁ ଉଭୟଙ୍କ ବିବାହଙ୍କୁ ନେଇ ଗୁଜବ ଆରମ୍ଭ ହୋଇଛି । ଅଭିନେତା ବରୁନ ଧୱନଙ୍କ ପରେ ଶ୍ରଦ୍ଧାଙ୍କ ସମ୍ପର୍କୀୟ ଭାଇ ପ୍ରିୟାଙ୍କ ଶର୍ମା ଏହି ଗୁଜବ ସୃଷ୍ଟି କରିଥିବା ସୂଚନା ମିଳିଛି ।
ଶ୍ରଦ୍ଧା ଓ ରୋହନଙ୍କ ବିରୋଧରେ ଚାଲିଥିବା ଗୁଜବକୁ ନେଇ ପ୍ରିୟାଙ୍କଙ୍କୁ ଏକ ଗଣମାଧ୍ୟମ ପ୍ରଶ୍ନ ପଚାରିଥିଲା । ଏହାର ଉତ୍ତରରେ ପ୍ରିୟାଙ୍କ ପ୍ରଥମେ ଏଥିରେ 'ନୋ କମେଣ୍ଟସ' ବୋଲି କହିଥିଲେ । ଏହାପରେ କହିଥିଲେ ଯେ ଉଭୟଙ୍କୁ ଆପଣ ବିବାହ କରିବାକୁ ଦେଖିବାକୁ ଚାହୁଁଥିଲେ ଏହା ଭଲ କଥା । ସମସ୍ତଙ୍କୁ ଜୀବନରେ ବିବାହ କରିବା ଉଚିତ । ଭବିଷ୍ୟତ ପାଇଁ ଏହା ଉତ୍ତମ । ସେପଟେ ପ୍ରିୟାଙ୍କଙ୍କ ମାଆ ତଥା ନବେ ଦଶକର ବଲିଉଡ଼ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ କହିଥିଲେ କି ଏପରି ହେଲେ ଆପଣଙ୍କୁ ଖବର ମିଳିଯିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ ।
ସେପଟେ ଏହି ସମ୍ପର୍କକୁ ଉଭୟ ଶ୍ରଦ୍ଧା ଓ ରୋହନ ଗ୍ରହଣ କରୁନଥିବା ବେଳେ ମନା ମଧ୍ୟ କରୁନାହାନ୍ତି । ଏହି ଗୁଜବକୁ ଶ୍ରଦ୍ଧାଙ୍କ ବାପୁ ତଥା ପିତା ଶକ୍ତି କପୁର ଖଣ୍ଡନ କରିଛନ୍ତି । ରୋହନ ଜଣେ ଫ୍ୟାମିଲି ଫ୍ରେଣ୍ଡ ଓ ସେ ଅନେକ ଥର ଘରକୁ ଆସିଥାନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ ପାଇଁ ଶ୍ରଦ୍ଧାଙ୍କ ହାତ ମାଗିନଥିବା କହିଛନ୍ତି ଶକ୍ତି। ଯଦି ଶ୍ରଦ୍ଧାଙ୍କ ତାଙ୍କ ଜୀବନସାଥୀ ବାଛି ନେଇ ବିବାହ ପାଇଁ କୁହନ୍ତି, ତେବେ ସେ ସେଥିରେ ରାଜି ହେବେ ବୋଲି ଶକ୍ତି କହିଛନ୍ତି ।
କିନ୍ତୁ ବର୍ତ୍ତମାନ ଶ୍ରଦ୍ଧା ତାଙ୍କ କ୍ୟାରିଅର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବିବାହ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ଶ୍ରଦ୍ଧା ମାନିଥାନ୍ତି । କିନ୍ତୁ ଏଭଳି ଗୁଜବ ଖବର ବେଳେବେଳେ ଶ୍ରଦ୍ଧାଙ୍କୁ ବିଚଳିତ କରେ ବୋଲି ସେ କହିଛନ୍ତି । ବିବାହ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ନିଷ୍ପତ୍ତି ନେବା ପୂର୍ବରୁ ଜଣେ ନିଶ୍ଚିତ ହେବା ଆବଶ୍ୟକ ବୋଲି ଶକ୍ତି କହିଛନ୍ତି । ପୂର୍ବରୁ ଶ୍ରଦ୍ଧାଙ୍କ ପିଲାଦିନର ସାଙ୍ଗ ତଥା ବଲିଉଡ ଆକ୍ଟର ବରୁନ ଧୱନ ଉଭୟଙ୍କ ସମ୍ପର୍କକୁ ନେଇ ହିଣ୍ଟସ ଦେଇଥିଲେ । ବରୁନ ଓ ନତାଶାଙ୍କ ବିବାହକୁ ନେଇ ରୋହନ କମେଣ୍ଟ କରିଥିଲେ । ଏହାର ଜବାବରେ ଆଗକୁ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ବରୁନ ରୋହନଙ୍କୁ କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ