ETV Bharat / sitara

ଶ୍ରଦ୍ଧାଙ୍କୁ ଭଲଲାଗୁନି ଭାରତ, 2021ରେ ଏଠାକୁ ଗଲେଣି ତିନି ଥର - ଶ୍ରଦ୍ଧା କପୁରଙ୍କ ଇନଷ୍ଟାଗ୍ରାମ ଫଟୋ

2021 ବର୍ଷ ଆରମ୍ଭ ହେବା ମଧ୍ୟରେ ତୃତୀୟ ଥର ପାଇଁ ଛୁଟି କାଟିବାକୁ ବିଦେଶରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ଗତ ମାର୍ଚ୍ଚ 21 ତାରିଖରେ ପରିବାର ସହ ଛୁଟି କାଟିବା ପରେ ମୁମ୍ବାଇ ଫେରିଥିଲେ ଏହି ଚୁଲବୁଲି ଅଭିନେତ୍ରୀ। ଅଧିକ ପଢ଼ନ୍ତୁ...

ଛୁଟି କାଟିବାକୁ ପୁଣି ମାଳଦୀପରେ ପହଞ୍ଚିଲେ ଶ୍ରଦ୍ଧା କପୁର

author img

By

Published : Apr 5, 2021, 5:18 PM IST

ହାଇଦ୍ରାବାଦ: 2021 ବର୍ଷ ଆରମ୍ଭ ହେବା ମଧ୍ୟରେ ତୃତୀୟ ଥର ପାଇଁ ବିଦେଶରେ ଛୁଟି କାଟିବାକୁ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ଗତ ମାର୍ଚ୍ଚ 21 ତାରିଖରେ ପରିବାର ସହ ଛୁଟି କାଟିବା ପରେ ମୁମ୍ବାଇ ଫେରିଥିଲେ ଏହି ଚୁଲବୁଲି ଅଭିନେତ୍ରୀ। ତେବେ ଏପରି ଏକ ଜାଗା ରହିଛି ଯେଉଁଥିପାଇଁ ତିନିଥର ଛୁଟି କାଟିବାକୁ ଏଠାରେ ପହଞ୍ଚିଥିବା ଶ୍ରଦ୍ଧା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ।

ଶ୍ରଦ୍ଧା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ଯେ, "ପୁଣି ପ୍ରକୃତି ପାଖକୁ।" ବର୍ତ୍ତମାନ ମାଲଦୀପର ବାରୋସ ରିସର୍ଟରେ ଛୁଟି ବିତାଉଛି । ଶ୍ରଦ୍ଧା ଇନଷ୍ଟାଗ୍ରାମରେ ଫଟୋ ସେୟାର କରିବା ପରେ ତାଙ୍କୁ ସିଦ୍ଧାର୍ଥ କପୁର ଟ୍ରୋଲ କରିଛନ୍ତି। ସେ ଲେଖିଛନ୍ତି ଯେ,"ତୁମେ ସେଠାରେ ସ୍ଥାୟୀ ବାସିନ୍ଦା ହେଇଯାଅ।"

ଏହି ଫଟୋରେ ଏକ କାଠ ଡେକ ଉପରେ ଛିଡ଼ା ହୋଇଥିବା ନଜର ଆସିଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ। ହଳଦିଆ ଓ ଧଳା ଡ୍ରେସ କମ୍ବିନେସନକୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଛୁଟି କାଟିବା ପାଇଁ ମାଲଦୀପ ଶ୍ରଦ୍ଧା କପୁରଙ୍କ ପ୍ରଥମ ପସନ୍ଦ। ଟିକିଏ ସମୟ ପାଇଲେ ସେ ମାଲଦୀପଙ୍କୁ ଚାଲି ଯାଆନ୍ତି।

ଶ୍ରଦ୍ଧା କପୁର ବିଶାଳ ଫୁରିଆଙ୍କ 3ଟି ଫ୍ରାଞ୍ଚାଇଜି ଚଳଚିତ୍ର ପାଇଁ ସାଇନ କରିଛନ୍ତି। ଏହି ଚଳଚିତ୍ର ଟେଲି ସିରିଜ ନାଗିନକୁ ନେଇ ଆଧାରିତ ହେବ। ଏହାଛଡ଼ା ସେ ଏକ ପ୍ରେମ କାହାଣୀକୁ ନେଇ ମଧ୍ୟ ଏକ ଫିଲ୍ମରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମ କେବେ ରିଲିଜ ହେବା ତାହା ଜଣା ପଡ଼ି ପାରିନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.