ETV Bharat / sitara

'ଶୋଲେ'@45, ସ୍ମୃତି ସେୟାର କଲେ କଳାକାର - sholay completes 45 years

ଅମିତାଭ ବଚ୍ଚନ ଏବଂ ହେମା ମାଳିନୀଙ୍କ ଅଭିନୀତ ବହୁ ପ୍ରଶଂସିତ ଚଳଚ୍ଚିତ୍ର 'ଶୋଲେ' ଆଜି 45 ବର୍ଷ ପୂରଣ କରିଛି । ଏହି ବିଶେଷ ଅବସରରେ ଚଳଚ୍ଚିତ୍ରର କଳାକାରମାନେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି । ଅଧିକ ପଢନ୍ତୁ...

sholay completes 45 years
'ଶୋଲେ'@45, ଫିଲ୍ମ ସହିତ ଜଡିତ ସ୍ମୃତି ମନେପକାଇଲେ କଳାକାର
author img

By

Published : Aug 16, 2020, 8:18 PM IST

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ବଲିଉଡର ଡ୍ରିମ ଗର୍ଲ ତଥା ଅଭିନତ୍ରୀ ହେମା ମାଳିନୀଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଶୋଲେ' ଆଜି 45 ବର୍ଷ ପୂରଣ କରିଛି । ଏହି ବିଶେଷ ଅବସରରେ ଫିଲ୍ମର କଳାକାର ଅମିତାଭ ବଚ୍ଚନ, ହେମା ମଲିନି ଏବଂ ନିର୍ଦ୍ଦେଶକ ରମେଶ ସିପି ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି ।

ରମେଶ ସିପି କହିଛନ୍ତି, 'ଶୋଲେ' ଫିଲ୍ମର ସ୍କ୍ରିପ୍ଟ , ଏହାର ଡାଇଲଗ ଏବଂ ଫିଲ୍ମରେ ଅଭିନୟ କରିଥିବା କଳାକାରମାନଙ୍କ ଚତ୍ମକାର ଅଭିନୟ ଦର୍ଶକମାନଙ୍କ ମନରେ ଏପର୍ଯ୍ୟନ୍ତ ସତେଜ ହୋଇ ରହିଛି ।

ଏହି ଚଳଚ୍ଚିତ୍ରରେ ଜୟ ଭୂମିକାରେ ଅଭିନୟ କରୁଥିବା ଅମିତାଭ କହିଛନ୍ତି, "ଶୋଲେ" ତିନି ଘଣ୍ଟା ମଧ୍ୟରେ ବ୍ଲକବଷ୍ଟର ସାଜିଛି । ଏହା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଥିଲା ଯାହାର ଏକ ଡାଇଲଗର ସିଡି ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ପ୍ରଂଶସକମାନଙ୍କ ଠାରୁ ବହୁତ ଭଲପାଇବା ମିଳିଥିଲା । ଏହା ଏକ ରଙ୍ଗୀନ ଚଳଚ୍ଚିତ୍ର । ଏହି ଫିଲ୍ମ ସବୁବେଳ ପାଇଁ ମନେରହିବ ।

ଏହି ଚଳଚ୍ଚିତ୍ରରେ ବସନ୍ତୀ ଭୂମିକାରେ ଅଭିନୟ କରିଥିବା ହେମା ମାଲିନୀ କହିଛନ୍ତି, ଫିଲ୍ମର ଶୁଟିଂ ଆରମ୍ଭ ହେବା ପୂର୍ବରୁ ମୋତେ କୁହାଯାଇଥିଲା ଯେ, ଏଥିରେ ଏକ ଡ୍ୟାନ୍ସ ଅଛି ଯେଉଁଠାରେ ମୋତେ ଏକ ପଥର ଉପରେ କାଚ ପଡିଥିବା ଜାଗାରେ ନାଚିବାକୁ ପଡିବ । ଫିଲ୍ମ ଏପ୍ରିଲ ମାସରେ ଶୁଟିଂ କରାଯାଇଥିଲା । ଯେତେବେଳେ ବହୁତ ଗରମ ଥିଲା । ମୋର ମନେ ଅଛି ଯେ ରମେଶ ଜୀ ଅତ୍ୟନ୍ତ ଚିନ୍ତିତ ଥିଲେ । କିନ୍ତୁ ଏହା ଏକ ସ୍ମରଣୀୟ ଦୃଶ୍ୟ ହୋଇ ରହିଗଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.