ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ ‘ବିଗବସ୍ ସିଜନ୍ 11’ ର ବିଜେତା ଶିଳ୍ପା ସିନ୍ଦେ । ବର୍ତ୍ତମାନ ଖବର ଆସୁଛି ଯେ, ଶିଳ୍ପା ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତାଙ୍କୁ ବଲିଉଡ ଫିଲ୍ମ ‘ବୁନ୍ଦି ରାୟତା’ ରେ ଦେଖିବାକୁ ମିଳିବ।
ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଶିଳ୍ପାଙ୍କ ସହିତ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଦର୍ଶନା ବାନିକ୍ ମଧ୍ୟ ନଜର ଆସିବେ। ଏମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ହିମାଂଶ କୋହଲି, ନୀରଜ ସୁଦ, ସୋନାଲି ସେହଗଲ, ଅଲକା ଅମିନ ଏବଂ ରାଜେଶ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। କମଲ ଚନ୍ଦ୍ରା ଏହି ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି।
‘ବୁନ୍ଦି ରାୟତା’ରେ ଶିଳ୍ପା ଅଭିନେତା ହିମାଂଶ କୋହଲିଙ୍କ ବଡ ଭଉଣୀ ଭୂମିକାରେ ଅଭିନୟ କରିବେ ।
ଏହି ଚଳଚ୍ଚିତ୍ର ବିଷୟରେ ଶିଳ୍ପା କହିଛନ୍ତି ଯେ, ଏହା ଏକ ପାରିବାରିକ ଡ୍ରାମା ଫିଲ୍ମ । କାହାଣୀଟି ଚଳଚ୍ଚିତ୍ରର ଅନେକ ଚରିତ୍ର ସହିତ ଆଗକୁ ବଢିବ । ଫିଲ୍ମରେ ହିମାଂଶ କୋହଲିଙ୍କ ବଡ଼ ଭଉଣୀ ଭୂମିକାରେ ଶିଳ୍ପା ତାଙ୍କୁ ସମର୍ଥନ କରୁଥିବାର ନଜର ଆସିବେ।
ପ୍ରକାଶ ଥାଉ ଯେ, ଶିଳ୍ପାଙ୍କ ଅନୁଯାୟୀ ସେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମରେ ସେ ରବି କିଶନଙ୍କୁ ରୋମାନ୍ସ କରୁଥିବା ନଜର ଆସିବେ । ଏହି ଫିଲ୍ମର ସୁଟିଂ ଡେରାଡୁନରେ ମଧ୍ୟ କରାଯାଇଛି।