ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଯିଏ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ନିଜକୁ ଫିଟ୍ ରଖିବା ପାଇଁ ଯୋଗଠୁ ନେଇ ଅନେକ ୱାର୍କଆଉଟ କରୁଥିବାର ନଜର ଆସନ୍ତି । ଏହି କଥାକୁ ଧ୍ୟାନରେ ରଖି ସେ ଏବେ ନିଜ ଜୀବନର ବଡ ନିଷ୍ପତ୍ତି ନେଇଛନ୍ତି । ଯାହା ଜାଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
କଥାଟି ହେଲା ଯେ ଶିଳ୍ପା ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପୁଅ ଭିଆନଙ୍କ ସହ ସବୁଜ ପନିପରିବା ରୋଷେଇ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ସେୟାର କରି ସେ ପୋଷ୍ଟରେ ଅନେକ କଥା ଲେଖିଛନ୍ତି । ଆଉ ଖୁଲାସା କରିଛନ୍ତି ଯେ ସେ ଏବେ ଜୀବନ ସାରା ଶାକାହାରୀ ରୂପେ ରହିବେ ।
- " class="align-text-top noRightClick twitterSection" data="
">
ସେହିପରି ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ମୋର ଖାସ୍ ସ୍ବପ୍ନ । ନିଜକୁ ବିକସିତ କରିବା ପାଇଁ ମୁଁ କିଛି ଆପଣଙ୍କ ସହ ସେୟାର କରିବାକୁ ଯାଉଛି । ଯାହା ମୋର ବ୍ୟକ୍ତିଗତ ପସନ୍ଦ । ଏହି ନିଷ୍ପତ୍ତି ମୋ ପାଇଁ ଟିକେ କଷ୍ଟଦାୟକ ଏବଂ ଅସମ୍ଭବ ଥିଲା । ହେଲେ ଏବେ ମୁଁ ନିରାମିଷ ଜୀବନଯାପନ କରିବି ।’