ମୁମ୍ବାଇ: ଘରର ସବୁ କାମ ସମ୍ଭାଳୁଥିବା ମହିଳାଙ୍କୁ ପ୍ରାୟତଃ କମ ମାନାଯାଇଥାଏ । ଏପରି ମହିଳା ଘରେ ରହି ଦିନରାତି ପରିଶ୍ରମ କରିଥାଆନ୍ତି । ଏହା ସତ୍ତ୍ବେ ତାଙ୍କ ଏହି କାମର କମ ପ୍ରଶଂସା କରାଯାଇଥାଏ । ହେଲେ ଏବେ ବି-ଟାଉନର ସେକ୍ସୀ ଶିଳ୍ପା ସେଟ୍ଟୀ ଗୃହିଣୀମାନେଙ୍କ ପ୍ରଶଂସା ସୋସିଆଲ ମିଡିଆରେ କରିଛନ୍ତି ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ ମହିଳା ଗୃହିଣୀମାନେ ମହତ୍ବ ବିଷୟରେ ଜଣାଉଥିବାର ନଜର ଆସୁଛନ୍ତି ।
ଶିଳ୍ପା ଭିଡିଓ କ୍ୟାପସନରେ ଲେଖିଛନ୍ତି, ‘ସବୁ ହୋମଲାର୍ସଙ୍କୁ ସଲମା । କେବେ କେବେ ଆମେ ଭୁଲି ଯାଉଛି ଯେ ଯେଉଁ ପାଣି ସ୍ଥିର ଥାଏ ଦେଖିକି ଜଣାପଡେନାହିଁ ତା ଗଭୀରତା । ମୁଁ ଜାଣିନାହିଁ ଏହି ମହିଳା କିଏ । ହେଲେ ତାଙ୍କ ଶବ୍ଦରେ ହୃଦୟ ଛୁଇଁବା ଭଳି କଥା ଅଛି । ଜଣେ ଗୃହିଣୀ ପୁରା ଦିନ ଯାହା କରିଥାଏ । ସେ ମଲ୍ଟି ଟାସ୍କିଂର ସୂମ୍ପର୍ଣ୍ଣ ଉଦାହରଣ । ଏଥି ନିମନ୍ତେ ଆଉ କେବେ ପ୍ରଶ୍ନ କରିବ ନାହିଁ ଜଣେ ଗୃହିଣୀ ଘରେ ବସି ବସି କଣ କରୁଛି ।’