ETV Bharat / sitara

ନାରଦ ସାଜି ଶିଳ୍ପା-ରାଜଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲେ ଗେହ୍ଲା ପୁଅ - ସେକ୍ସୀ ଶିଳ୍ପା ସେଟ୍ଟୀ ଇନଷ୍ଟାଗ୍ରାମ ଭିିଡିଓ

ସୋସିଆଲ ମିଡିଆରେ ଭଇରାଲ ହେଲା ଶିଳ୍ପା ସେଟ୍ଟୀଙ୍କ ନୂଆ ଭିଡିଓ। ଲାଡଲା ବିୟାନ ସାଜିଲେ ପିତା-ମାତାଙ୍କ ଶତ୍ରୁ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 27, 2020, 7:19 PM IST

ମୁମ୍ବାଇ: ଲକଡାଉନ ମଧ୍ୟରେ ସେକ୍ସୀ ଶିଳ୍ପା ସେଟ୍ଟୀ ସୋସିାଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି। କେବଳ ଶିଳ୍ପା ନୁହେଁ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ମଧ୍ୟ ପୁଅ ବିୟାନଙ୍କ ସହ ମିଶି ଟିକଟିକ ଭିଡିଓ ତିଆରି କରିବାରେ ଲାଗିଛନ୍ତି। ଇତିମଧ୍ୟରେ ବିୟାନ ନାରଦ ସାଜି ବାପା-ମା'ଙ୍କ ମଧ୍ୟରେ ଝଗଡା ଲଗାଇ ଦେଇଛନ୍ତି। ଯାଦ୍ବାରା ଶିଳ୍ପା-ରାଜଙ୍କ ମଧ୍ୟରେ ମହାଭାରତ ସୃଷ୍ଟି ହୋଇଛି। ଘରେ ଯୁଦ୍ଧ କରିବା ଆରମ୍ଭ କରିଦେଇଛନ୍ତି ଏହି ଯୋଡି।

ଯାହାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଶିଳ୍ପା। ଯେଉଁଥିରେ ଡ୍ୟାଡି ଜି ସାଜିଛନ୍ତି ରାଜ୍ ଓ ମମି ଜି ରୂପେ ନଜର ଆସୁଛନ୍ତି ଶିଳ୍ପା। ଭିଡିଓ ଆରମ୍ଭରେ ବିୟାନ ରାଜ୍ଙ୍କୁ ଯାଇ କହୁଛନ୍ତି ମମି ଆପଣଙ୍କୁ ମୋଟା କହିଲେ। ସେପଟେ ଶିଳ୍ପାଙ୍କ ପାଖକୁ ଯାଇ କହୁଛନ୍ତି ଡ୍ୟାଡି ଆପଣଙ୍କୁ ଲେଜି କହିଲେ। ଏହାପରେ ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଏହି ଫନ୍ନି ଭିଡିଓ ଜରିଆରେ ଶିଳ୍ପା-ରାଜ୍ ଲକଡାଉନ ପାଇଁ ଘରେ ଥିବା ଦର୍ଶକଙ୍କୁ ଖୁବ୍ ହସାଇଛନ୍ତି । ଏହାପୂର୍ବରୁ ମଧ୍ୟ ଏହି ଯୋଡିଙ୍କ ଅନେକ ଟିକଟକ ଭିଡିଓ ଦେଖିସାରିଲେଣି ଦର୍ଶକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.