ETV Bharat / sitara

କୁନ୍ଦ୍ରା ପରିବାରର ପିଛା ଛାଡୁନି ବିବାଦ, ଆଶ୍ଚର୍ଯ୍ୟ ହେଲେ ଶିଳ୍ପା

author img

By

Published : Nov 14, 2021, 7:48 PM IST

ଶିଳ୍ପା ସେଟ୍ଟୀ ଓ ସ୍ବାମୀ ରାଜକୁନ୍ଦ୍ରାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ ଅଭିଯୋଗ । ପ୍ରତିକ୍ରିୟା ରଖିଲେ ଶିଳ୍ପା । ଅତି ସହଜରେ ମୋ ନାମ ନିଆଯାଇ ତାଙ୍କୁ ବିବାଦ ଘେରକୁ ଟଣାଯାଉଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

କୁନ୍ଦ୍ରା ଦମ୍ପତିଙ୍କ ବିରୋଧରେ ଠକେଇ ଅଭିଯୋଗ, ଆଶ୍ଚର୍ଯ୍ୟ ଥିବା କହିଲେ ଶିଳ୍ପା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ କୁନ୍ଦ୍ରା ପରିବାରର ପିଛା ଛାଡ଼ୁନି ବିବାଦ । ଏବେ କୁନ୍ଦ୍ରା ଦମ୍ପତିଙ୍କ ବିରୋଧରେ ୧.୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ନୀତିନ ବରାଇ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଥିବା ବେଲେ ଶିଳ୍ପା ସୋସିଆଲ ମିଡ଼ିଆ ଜରିଆରେ ଏହା ଉପରେ ରଖିଛନ୍ତି ପ୍ରତିକ୍ରିୟା । ଏହି ଖବର ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ବେଳେ ତାଙ୍କ ନାମକୁ ସହଜରେ ବିବାଦ ଘେରକୁ ନିଆଯାଉଛି ବୋଲି ସେ କହିଛନ୍ତି ।

ଶିଳ୍ପା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, "ମୁଁ ଆଜି ସକାଳୁ ଉଠିବା ପରେ ଜାଣିବାକୁ ପାଇଲି ଯେ ମୋର ଓ ରାଜଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । ଏହି ଖବର ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛି । SFL ଫିଟନେସକୁ କାଶିଫ ଖାନ ପରିଚାଳନା କରନ୍ତି । ଏହି ବ୍ରାଣ୍ଡ ନାମରେ ସେ ସାରା ଦେଶରେ ଫିଟନେସ ଜିମ ଖୋଲିବାକୁ ଅଧିକାର ପାଇଥିଲେ । ପ୍ରତ୍ୟେକ ଚୁକ୍ତିରେ ସେ ମଞ୍ଜୁରୀ ଦେଉଥିଲେ । ଏହାସହିତ ତାଙ୍କ ନିକଟରେ ଦୈନିକ ଗତିବିଧିର ସୂଚନା ଥିଲା । ତେବେ କୌଣସି ବ୍ୟାଙ୍କ ଟ୍ରାନ୍‌ଜାକ୍ସନ ସମ୍ପର୍କରେ ଆମେ ଜାଣିନାହୁଁ କିମ୍ବା ତାଙ୍କଠୁ ଆମେ କୌଣସି ଟଙ୍କା ନେଇ ନାହୁଁ । "

ସେ ଆହୁରି କହିଛନ୍ତି ଯେ," ସମସ୍ତ ଫ୍ରାଞ୍ଚାଇଜ ସିଧାସଳଖ କାଶିଫ ଡିଲ୍‌ କରୁଥିଲେ । ଏହି କମ୍ପାନୀ ୨୦୧୪ରେ ବନ୍ଦ ହୋଇଯାଇଥିବା ବେଳେ କାଶିଫ ସମ୍ପୂର୍ଣ୍ଣ ଭାବେ ଏହାକୁ ପରିଚାଳନା କରୁଥିଲେ । ମୁଁ କହିବାକୁ ଚାହୁଁଛି ଯେ ମୁଁ ମୋ ଜୀବନର ୨୮ ବର୍ଷ ବହୁତ ପରିଶ୍ରମ କରିଛି । ମୋତେ ଏହା ଦେଖି ବହୁତ ଦୁଃଖ ଲାଗୁଛି ଯେ ମୋ ନାଁ ଓ ମୋ ସମ୍ମାନ କ୍ଷୁଣ୍ଣ ହେଉଛି । ବହୁ ସହଜରେ ଯେକୌଣସି ସ୍ଥାନରେ ମୋ ନାମ ନିଆଯାଉଛି । ମୁଁ ମୋ ଦେଶର ଆଇନଶୃଙ୍ଖଳାକୁ ମାନିବା ସହିତ ଏହା ଉପରେ ଗର୍ବ ଅନୁଭବ କରୁଥିବା ନାଗରିକ । ମୋ ଅଧିକାରର ରକ୍ଷା ହେବା ଉଚିତ" ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଅଭିଯୋଗକାରୀ ନୀତିନ ଅଭିଯୋଗ କରିଛନ୍ତି ଯେ କୁନ୍ଦ୍ରା ଦମ୍ପତ୍ତି ୨୦୧୪-୧୫ ମସିହାରେ ଫିଟନେସ କମ୍ପାନୀ ନାମରେ ୧.୫୧ କୋଟି ଟଙ୍କା ହଡ଼ପ କରିଛନ୍ତି । ଦମ୍ପତିଙ୍କ ଉପରେ IPC ଧାରା ଅନୁଯାୟୀ ୪୦୬, ୪୦୯, ୪୨୦, ୫୦୬,୩୪ ଓ ୧୨୦(B) ମାମଲା ଦାଏର ହୋଇଛି । ଏହି ଘଟଣାରେ ଆଗକୁ ଶିଳ୍ପା ଓ ରାଜଙ୍କୁ ପଚରା ଉଚୁରା କରାଯାଇପାରେ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.