ହାଇଦ୍ରାବାଦ: ବ୍ରିଟିଶ-ଭାରତୀୟ ବିଜେନସମ୍ୟାନ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ତାଙ୍କ ପୂର୍ବତନ ପତ୍ନୀ କବିତାଙ୍କ ସହ ତାଙ୍କ ଭଉଣୀର ସ୍ବାମୀଙ୍କ ସହ ଅବୈଧ ସମ୍ପର୍କ ଥିଲା । ଏହି କାରଣ ପାଇଁ ପତ୍ନୀଙ୍କ ସହ ତାଙ୍କ ସମ୍ପର୍କରେ ଫାଟକ ସୃଷ୍ଟି ହୋଇଥିଲା । ଆଉ ଏବେ ସ୍ବାମୀଙ୍କ ସମର୍ଥନରେ ବାହାରିଛନ୍ତି ଶିଳ୍ପା ।
- " class="align-text-top noRightClick twitterSection" data="
">
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଥିଲେ, ‘ ମୁଁ ମୋର ବାପା-ମା ଓ ଭଉଣୀ ଏକାଠି ଗୋଟିଏ ଘରେ ରହୁଥିଲୁ । ମୋ ଭିଣୋଇ ମଧ୍ୟ ଆମ ସହ ରହୁଥିଲେ । ଯିଏ ନିଜ ବିଜନେସ କରିବାକୁ ୟୁକେରୁ ଭାରତ ଆସିଥିଲେ । ମୋ ପ୍ରଥମ ପତ୍ନୀ ଓ ମୋ ଭିଣୋଇଙ୍କ ମଧ୍ୟରେ ଅବୈଧ ସମ୍ପର୍କ ସୃଷ୍ଟି ହୋଇଥିଲା । ବ୍ୟବସାୟ ସମ୍ପର୍କରେ ମୁଁ ଯେତେବେଳେ ବାହାରକୁ ଯାଉଥିଲେ, ସେ ତାଙ୍କ ସହିତ ଅଧିକ ସମୟ ବିତାଉଥିଲେ | ମୋ ପରିବାରର ଅନେକ ସଦସ୍ୟ ଏବଂ ମୋର ଡ୍ରାଇଭର ମଧ୍ୟ ଅନୁଭବ କଲେ ଯେ ଦୁହିଁଙ୍କ ମଧ୍ୟରେ କିଛି ଚାଲିଛି, କିନ୍ତୁ ମୁଁ ଏହାକୁ କେବେବି ବିଶ୍ବାସ କରିନଥିଲି | ମୁଁ ତାଙ୍କୁ କେବେ ସନ୍ଦେହ କରି ନାହିଁ।’ ଉଭୟ ମୋ ପତ୍ନୀ ଏବଂ ମୋ ଭିଣୋଇ ପ୍ରାୟତଃ ଏକାଠି ବାହାରକୁ ଯାଇ ଗୋଟିଏ ରୁମରେ ରହୁଥିଲେ । ମୁଁ ଭାବୁଛି ମୋ ଭଉଣୀ ନିଶ୍ଚୟ ଏଥିରେ ସନ୍ଦେହ କରିଥିବେ।’
ସେପଟେ ଶିଳ୍ପା ମଧ୍ୟ ସ୍ବାମୀଙ୍କ ସମର୍ଥନ କରି ଏକ ପୋଷ୍ଟରେ ଲେଖିଛନ୍ତି, ‘ଯେତେବେଳେ ଜଣେ ଭଲ ପୁରୁଷ ଆଘାତ ପାଏ । କାରଣ ଯିଏ ଭଲ ସେ ସବୁବେଳେ ଯନ୍ତ୍ରଣା ଭୋଗେ ।’ ପ୍ରକାଶ ଥାଉକି କବିତାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେବା ପରେ କୁନ୍ଦ୍ରାଙ୍କ ପକ୍ଷରୁ ଏହି ଅଭିଯୋଗ ଆସିଛି, ଯେଉଁଥିରେ କବିତା, ଶିଳ୍ପାଙ୍କୁ ତାଙ୍କ ବିବାହ ଭାଙ୍ଗିଥିବାର ଅଭିଯୋଗ କରୁଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ