ETV Bharat / sitara

ପିତାମାତାଙ୍କ ଅବଦାନକୁ ମନେପକାଇ ହୃଦୟସ୍ପର୍ଶୀ ନୋଟ ସେୟାର କଲେ ଶିଲ୍ପା

author img

By

Published : Apr 11, 2020, 12:39 AM IST

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏକ ଭିଡିଓ ସହିତ ଏକ ହୃଦୟସ୍ପର୍ଶୀ ନୋଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପିତାମାତାଙ୍କ ଅବଦାନକୁ ମନେପକାଇ ଏକ ହୃଦୟସ୍ପର୍ଶୀ ନୋଟ ଲେଖିଛନ୍ତି । ଆହୁରି ପଢନ୍ତୁ...

Shilpa recalls parents contribution to her life, pens heartfelt note
ପିତାମାତାଙ୍କ ଅବଦାନକୁ ମନେପକାଇ ହୃଦୟସ୍ପର୍ଶୀ ନୋଟ ସେୟାର କଲେ ଶିଳ୍ପା

ମୁମ୍ବାଇ: ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏକ ଭିଡିଓ ସହିତ ଏକ ହୃଦୟସ୍ପର୍ଶୀ ନୋଟ ସେୟାର କରିଛନ୍ତି । ଭିଡିଓରେ ଶିଳ୍ପାଙ୍କ ମା ସୁନନ୍ଦା ଶେଟ୍ଟୀ ଭଗବାନ ଶିବଙ୍କ ପ୍ରତିମାକୁ ସ୍କେଚ କରୁଥିବାର ନଜର ଆସିଛନ୍ତି ।

ଧଡକନ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ କ୍ୟାପସନରେ ଲେଖିଛନ୍ତି ଯେ, ଅତୀତରେ "ଆମ ପିତାମାତା ଆମ ପାଇଁ ବହୁତ କିଛି କରିଛନ୍ତି, ତାହା ହେଉଛି ପ୍ରେମ, କଠିନ ପରିଶ୍ରମ, ବଳିଦାନ । ଏହିସବୁ ଆମେ କେବେ ଭୁଲି ପାରିବୁ ନାହିଁ ।

ଆମ ପିତାମାତା ଆମ ପାଇଁ ଯାହା କରିଛନ୍ତି ତାହାକୁ ଆମେ ଅନୁଧ୍ୟାନ କରିବା ଏବଂ ପ୍ରଶଂସା କରିବା ପାଇଁ ଏହି ଲକଡାଉନ ଏକ ଉତ୍ତମ ସମୟ । ଅତୀତରେ ଆମେ ଯାହା କରିପାରି ନଥିଲୁ, ଆମେ ବର୍ତ୍ତମାନ ତାହା କରିକି ଦେଖେଇବା । ବର୍ତ୍ତମାନ ଆମେ ଆମର ଭଲପାଇବା ଆମର ପିତାମାତାଙ୍କ ପ୍ରତି ଦେଖେଇବା ।

ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଆମେ ଯାହା କରିପାରିବା ତାହା ହେଉଛି ପ୍ରେମ । #ଧନ୍ୟବାଦମା ।

ନିକଟରେ କରୋନା ସହାୟତାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପିଏମ କେୟାର ପାଣ୍ଠିରେ 21 ଲକ୍ଷ ଟଙ୍କା ଯୋଗଦାନ କରଛନ୍ତି ।

ଗୁରୁବାର ଦିନ ଶିଳ୍ପା ଏକ ପ୍ଲାକାର୍ଡ ଧରିଥିବାର ଏକ ଫଟୋ ପୋଷ୍ଟ କରି ପୋଲିସ କର୍ମଚାରୀଙ୍କୁ ଏକ ବିଶେଷ ଧନ୍ୟବାଦ ଜଣାଇଛନ୍ତି, ଯେଉଁଥିରେ ଲେଖାଥିଲା, #ଦିଲ ସେ ଧନ୍ୟବାଦ । ଜୟ ହିନ୍ଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.