ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ ଆଉଟସାଇଡର୍ ଏବଂ ଇନସାଇଡର୍ ଉପରେ ବିତର୍କ ଚାଲିଛି ।
ଯେଉଁଥିରେ ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲାଖୋଲି ଭାବରେ ନିଜର ବୟାନ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । କଙ୍ଗନା କିଛି ନିର୍ଦ୍ଦେଶକ ଏବଂ କଳାକାରଙ୍କ ନାମ ନେଇ ନେପୋଟିଜିମକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି ।
କଙ୍ଗନା କହିଛନ୍ତି, ବଲିଉଡରେ କିଛି ମାଫିଆ ଗୋଷ୍ଠୀ ଅଛନ୍ତି ଯାହା ଆଉଟସାଇଡର କଳାକାରମାନଙ୍କ କ୍ୟାରିଅରକୁ ନଷ୍ଟ କରିଦେଉଛନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ କଙ୍ଗନାକୁ ସମର୍ଥନ କରୁଥିବାବେଳେ କିଛି ଲୋକ ତାଙ୍କୁ ବିରୋଧ ମଧ୍ୟ କରୁଛନ୍ତି ।
ଏହି ସମୟରେ ଭେଟେରାନ ଅଭିନେତା ଶତୃଘ୍ନ ସିହ୍ନା କଙ୍ଗନାଙ୍କୁ ସମର୍ଥନ କରିଛନ୍ତି ।
ଶତୃଘ୍ନ କହିଛନ୍ତି, କଙ୍ଗନାଙ୍କ ବିରୋଧରେ କଥା ହେଉଥିବା ଲୋକ ତାଙ୍କ ସଫଳତାକୁ ନେଇ ଇର୍ଷା କରୁଛନ୍ତି ।
ଏକ ସାକ୍ଷାତକାରରେ ଶତୃଘ୍ନ କହିଛନ୍ତି, ମୁଁ ଅଧିକାଂଶ ଲୋକଙ୍କୁ ଦେଖିଛି ଯେ ସେମାନେ କଙ୍ଗନାଙ୍କ ବିରୋଧରେ କଥାବାର୍ତ୍ତା କରୁଛନ୍ତି । କାରଣ ସେମାନେ କଙ୍ଗନାଙ୍କୁ ଇର୍ଷା କରୁଛନ୍ତି । ସେହି ଲୋକମାନେ ଭାବନ୍ତି ଯେ ଏହି ଝିଅ କିପରି ବିନା ସହଯୋଗରେ, ବିନା ଆଶୀର୍ବାଦରେ, ବିନା ଆମ ଗୋଷ୍ଠୀରେ ଯୋଗ ଦେଇ, କିପରି ଏତେ ବଡ ସଫଳତା ହାସଲ କରିଲା ।
ଏହା ପୂର୍ବରୁ ଶତୃଘ୍ନ କରଣ ଜୋହରଙ୍କ ଶୋ କଫି ଓ୍ବିଥ କରଣ କୁ ମଧ୍ୟ ଅପମାନିତ କରିଥିଲେ ।
https://www.etvbharat.com/hindi/delhi/sitara/cinema/shatrughan-sinha-bats-for-kangana-ranaut/na20200725123744757