ହାଇଦ୍ରାବାଦ: ପରିବର୍ତ୍ତନ ହେବା ଜରୁରୀ ମାତ୍ର ପରିବର୍ତ୍ତନ ଆଳରେ ବିଭାଜିତ ହେବା ଠିକ୍ ନୁହେଁ ବୋଲି କହିଛନ୍ତି ଶାହାରୁଖ । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି ଶାହାରୁଖ । କୌଣସି ବିଷୟବସ୍ତୁ ଉପରେ ନିଜର ଚିନ୍ତାଧାରା ନିଜ ଫ୍ୟାନ୍ସ ମାନଙ୍କ ଆଗରେ ପରିପ୍ରକାଶ କରିଥା'ନ୍ତି ।
ନିକଟରେ ଫିଲ୍ମ ନିର୍ମାତା ୟାସ୍ମିନ କିଡଓ୍ବି ଶାହାରୁଖଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ କିଙ୍ଗଖାନ ଦେଶ ସଂପର୍କରେ ତାଙ୍କ ମତ କ'ଣ ସେ ବିଷୟରେ ଆଲୋଚନା କରିଛନ୍ତି ।
ଦେଶରେ ପ୍ରାୟ 1600 ଭାଷା ଓ ଉପଭାଷା ରହିଛି ଓ ପ୍ରତି 10-15 କିଲୋମିଟର ଭିତରେ ଉପଭାଷା ପରିବର୍ତ୍ତନ ହେଉଛି । ଭାରତ ଗୋଟେ ସୁନ୍ଦର ଚିତ୍ର ଓ ଏହାର ବିଭିନ୍ନ ରଙ୍ଗ ତେଣୁ କୈଣସି ବି ରଙ୍ଗକୁ ଆମେ ଭଲ କି ଖରାପ କହିପାରିବା ନାହିଁ ମାତ୍ର ଚିତ୍ର ଏବେ ଚିତ୍ର ହେଇକି ନାହିଁ ବୋଲି କହିଛନ୍ତି ଶାହାରୁଖ ।
ନିକଟରେ ଶାହାରୁଖ ଭୋଟ ଦେବା ପାଇଁ ଫ୍ୟାନ୍ସମାନଙ୍କୁ ଏକ ରାପ ଜରିଆରେ ଅନୁରୋଧ କରିଥିଲେ।