ହାଇହଦ୍ରାବାଦ: 'ଶର୍ମାଜୀ ନମକିନ୍' (Sharmaji Namkeen) ଋଷି କପୁରଙ୍କ ଶେଷ ଚଳଚ୍ଚିତ୍ର, ଯାହାକୁ ଲୋକମାନେ ବହୁ ସମୟ ଧରି ଅପେକ୍ଷା କରିଥିଲେ । ଫିଲ୍ମର ପ୍ରିମିୟର OTTରେ ହେବାକୁ ଯାଉଛି । ମୃତ୍ୟୁ ପୂର୍ବରୁ ଋଷି କପୁର ଏହି ଚଳଚ୍ଚିତ୍ରର ଅନେକ ଅଂଶ ସୁଟିଂ କରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ପରେଶ ରାୱଲ ବାକି ଫିଲ୍ମର ସୁଟିଂ ଶେଷ କରିଥିଲେ। ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି (Sharmaji Namkeen trailer Out) ।
- " class="align-text-top noRightClick twitterSection" data="">
‘ଶର୍ମାଜୀ ନମକିନ୍’ ଏକ ଫ୍ୟାମିଲ ଏଣ୍ଟରଟେନର ଫିଲ୍ମ। ଏଥିରେ ନିଜକୁ ଖୋଜୁଥିବା ଜଣେ ଅବସରପ୍ରାପ୍ତ ମଣିଷର ଜୀବନ କାହାଣୀ ଦେଖିବାକୁ ମିଳିଛି, ଯିଏ କୁକିଙ୍ଗ୍ ଉପରେ ସବୁ ଦକ୍ଷତା ପାର୍ କରି ଯାଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ହିତେଶ ଭାଟିଆ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରିତେଶ ସିଧଓ୍ଵାନୀ ଓ ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ। ଏହା ବ୍ୟତୀତ ମ୍ୟାକଗଫିନ ଫିକ୍ଚର୍ସର ଅଭିଷେକ ଚୌବେ ଓ ହନି ତ୍ରେହାନ ମଧ୍ୟ ଏହାର ପ୍ରଯୋଜକ ରହିଛନ୍ତି ।
ଶର୍ମାଜୀ ନମକିନ୍ ଏଭଳି ପ୍ରଥମ ହିନ୍ଦୀ ଫିଲ୍ମ ଯେଉଁଥିରେ ଦୁଇ ବରିଷ୍ଠ ଅଭିନେତା ଋଷି କପୁର ଓ ପରେଶ ରାୱାଲ ଏକା ସହ ଗୋଟିଏ ଚରିତ୍ରରେ ନଜର ଆସିବେ। ହିତେଶ ଭାଟିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଏକ୍ସେଲ ଏଣ୍ଟରଟେନ୍ମେଣ୍ଟ ବ୍ୟାନ୍ର ତଳେ ନିର୍ମିତ ଏହି ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ଜୁହି ଚାୱାଲ, ସୁହେଲ ନାୟର, ତାରୁକ ରେନା, ସତୀଶ କୌଶିକ, ଶିବା ଚଡ୍ଡା ଏବଂ ଇଶା ତଲୱାର ମଧ୍ୟ ଅଛନ୍ତି। ଆସନ୍ତା ମାର୍ଚ୍ଚ ୩୧ରେ ଏହି ଫିଲ୍ମଟି ରିଲିଜ ହେବ। ୨୪୦ଟି ଦେଶରେ ଏକାଥରକେ ଆମାଜନ ପ୍ରାଇମ ଭିଡିଓରେ ଏହି ଫିଲ୍ମଟି ରିଲଜ ହେବ ।
ସୂନଚାଯୋଗ୍ୟ ଯେ, 2020 ଏପ୍ରିଲ 30ରେ ଭେଟେରାନ ଆକ୍ଟର ଋଷି କପୁର ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଯାଇଥିଲେ । ପରିଣତ ବୟସରେ ବି ବଲିଉଡରେ ସେ ସକ୍ରିୟ ଥିଲେ । ହେଲେ ଏବେ ତାଙ୍କ ଆକ୍ଟିଂକୁ ସମସ୍ତେ ମିସ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ