ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଅଭିନେତା ଶରଦ ମଲହୋତ୍ରା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଘରେ କ୍ବାରେଣ୍ଟାଇନରେ ଅଛନ୍ତି। ସୋସିଆଲ ମିଡିଆରେ ସେ ଏହି ସୂଚନା ଦେଇଛନ୍ତି।
ଇନଷ୍ଟାଗ୍ରାମରେ ଏହି ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ନୂଆ ବର୍ଷରେ କ'ଣ ପଜିଟିଭ୍ ଆରମ୍ଭ ହୋଇଛି । ମୁଁ ମୋ ପତ୍ନୀ ଏବଂ ଲିଓଙ୍କ ସହ ଘରେ କ୍ବାରେଣ୍ଟାଇନରେ ଅଛି । ଯେଉଁ ଲୋକମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇବାକୁ ଏବଂ ମାସ୍କ ପିନ୍ଧିବାକୁ ଅନୁରୋଧ | ପ୍ରଶଂସକମାନେ ଏହି ପୋଷ୍ଟରେ ମନ୍ତବ୍ୟ ଦେଉଛନ୍ତି ଏବଂ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି । ବଲିଉଡରେ ଗତ କିଛି ଦିନ ହେବ ଏକତା କପୁର, ଜନ୍ ଆବ୍ରହାମ, ସୋନୁ ନିଗମ, ନକୁଲ ମେହେଟ୍ଟା, ସୀମା ଖାନ, କରୀନା କପୁର ଖାନ, ଅର୍ଜୁନ କପୁର, ରିୟା କପୁର, ନୋରା ଫତେହିଙ୍କ ସମେତ ଅନେକ ତାରକା କରୋନାର ଶିକାର ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, 81 ଦିନ ପରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା 2,14,004 କୁ ବୃଦ୍ଧି ପାଇଛି । ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରର । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନା ଭାଇରସ ଦ୍ରୁତ ଗତି ହେତୁ ଦୈନିକ ପଜିଟିଭ୍ ହାର 4.18 ପ୍ରତିଶତକୁ ବୃଦ୍ଧି ପାଇଛି। 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 26,538 ଟି ନୂଆ ମାମଲା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ମୁମ୍ବାଇରେ 15,166 ରୋଗୀ ଅଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ