ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ'କୁ ନେଇ ବେଶ ଚର୍ଚ୍ଚାରେ । ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ଫାଇଟ ସୀନର ଅନେକ ଭିଡିଓ ମଧ୍ୟ ଲିକ୍ ହୋଇସାରିଛି । ଏବେ ଫିଲ୍ମରେ ଶାହରୁଖଙ୍କ ଫିକୁ ନେଇ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
କୁହାଯାଉଛି ଯେ, ଏହି ଚଳଚ୍ଚିତ୍ର ପାଇଁ ଶାହାରୁଖ 100 କୋଟି ଚାର୍ଜ କରିଛନ୍ତି । ଯହି ଏହି ଖବର ସତ ତେବେ ସେ ଭାରତର ଦାମୀ ଅଭିନେତା ହୋଇପାରିଛନ୍ତି । ଶାହରୁଖ ମଧ୍ୟ ଏହି ମାମଲାରେ ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ପରି ଅଭିନେତାଙ୍କୁ ପଛରେ ପକାଇଛନ୍ତି ।
ତେବେ ଏହି ସମ୍ପର୍କରେ ଶାହରୁଖ ଖାନ କିମ୍ବା ଚଳଚ୍ଚିତ୍ର ନିର୍ମାତାଙ୍କ ଠାରୁ କୌଣସି ଘୋଷଣା କରାଯାଇ ନାହିଁ । ଏହି ଚଳଚ୍ଚିତ୍ର ପାଇଁ ଶାହରୁଖ ମଧ୍ୟ କଠିନ ପରିଶ୍ରମ କରିଛନ୍ତି ।
କୁହାଯାଉଛି ଯେ 'ପଠାନ' ପାଇଁ ଶାହରୁଖ ବୁର୍ଜ ଖଲିଫା ସମ୍ମୁଖରେ ଏକ ଜବରଦସ୍ତ ଆକ୍ସନ୍ ସିନ ସୁଟିଂ କରିଛନ୍ତି ।
ପ୍ରକାଶ ଥାଉ ଯେ, ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସଲମାନ ଖାନ ମଧ୍ୟ ଏକ କ୍ୟାମୋ କରୁଥିବାର ଦେଖିବାକୁ ମିଳିବ । ମୁମ୍ବାଇ, ଦୁବାଇ ଏବଂ ଅନ୍ୟାନ୍ୟ ବିଦେଶୀ ସ୍ଥାନରେ ମଧ୍ୟ ଏହାର ସୁଟିଂ କରାଯାଇଛି ।