ETV Bharat / sitara

ପର୍ବତରେ ପତ୍ନୀଙ୍କ ସହ ସମୟ କାଟୁଛନ୍ତି ସାହିଦ, ସେୟାର କଲେ ଫଟୋ - shahid shared-photos-on-social-media

ସୋସିଆଲ ମିଡିଆରେ ଫଟୋ ସେୟାର କରି ସେମାନଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି ସାହିଦ ଏବଂ ମୀରା । ଏବେ ଏହି ଦମ୍ପତି ଏକ ମିନି ଶୀତକାଳୀନ ଛୁଟି ଉପଭୋଗ କରୁଛନ୍ତି, ଯାହା ପାହାଡରେ ଅଛି । ଅଧିକ ପଢନ୍ତୁ...

shahid shared-photos-on-social-media-spending-time-with-his-wife
ପର୍ବତରେ ପତ୍ନୀଙ୍କ ସହ ସମୟ ଅତିବାହିତ କରୁଛନ୍ତି ସାହିଦ, ସେୟାର କଲେ ଫଟୋ
author img

By

Published : Nov 29, 2020, 8:33 PM IST

ନୂଆଦିଲ୍ଲୀ: ଅଭିନେତା ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ହେଉଛନ୍ତି ବଲିଉଡ ଏକ ଇଣ୍ଡଷ୍ଟ୍ରିର ଜଣାଶୁଣା ଦମ୍ପତି । ଏବେ ଏହି ଦମ୍ପତି ଏକ ମିନି ଶୀତକାଳୀନ ଛୁଟି ଉପଭୋଗ କରୁଛନ୍ତି, ଯାହା ପାହାଡରେ ଅଛି । ଯାହାର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଗତ କିଛି ଦିନ ହେବ ସାହିଦ ଏବଂ ମୀରା ସୋସିଆଲ ମିଡିଆରେ ଫଟୋ ସେୟାର କରି ସେମାନଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି ।

ରବିବାର ଦିନ, ସାହିଦ ଜଳଖିଆର ଏକ ଝଲକ ଦେଇଥିଲେ ଏବଂ ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ବହୁତ ଖୁସି ନଜର ଆସିଛନ୍ତି ।

ସାହିଦ ଏକ ସେଲଫି ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ କଳା ରଙ୍ଗର ହୁଡି ପିନ୍ଧିଥିବାର ଦେଖିବାକୁ ମିଳିଛି । ଫଟୋ ପୋଷ୍ଟ କରି ସେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଥିଲେ ।

ସାହିଦଙ୍କ ଫଟୋକୁ ନେଇ ସବୁଥର ପରି, ତାଙ୍କ ପ୍ରଶଂସକମାନେ ଲାଇକ କରିବା ସହ କମେଣ୍ଟ ବକ୍ସରେ ସେମାନଙ୍କ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ଗତ ବର୍ଷ ଠାରୁ ସାହିଦ ତାଙ୍କ ଫିଲ୍ମ ଜର୍ସିକୁ ନେଇ ବହୁ ଚର୍ଚ୍ଚାରେ ଅଛନ୍ତି । ଲକଡାଉନ୍ ଯୋଗୁଁ ଜର୍ସିର ଶୁଟିଂ ବନ୍ଦ କରିବାକୁ ପଡିଥିଲା ।

ଜର୍ସିର ନିର୍ଦ୍ଦେଶନା ଦେଇଛନ୍ତି ଗୌତମ ତିନ୍ନାନୁରୀ । ଫିଲ୍ମରେ ସାହିଦଙ୍କ ବ୍ୟତୀତ ମୃଣାଳ ଠାକୁର, ଶରଦ ଏବଂ ପଙ୍କଜ କପୁରଙ୍କ ଭଳି ତାରକା ମଧ୍ୟ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । 2021 ମସିହାରେ ଏହି ଫିଲ୍ମ ରିଲିଜ ହେବ ବୋଲି ଅନୁମାନ କରାଯାଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.