ETV Bharat / sitara

'ଜର୍ସି'ର ରିମେକରେ କବୀର ସିଂ

ଫିଲ୍ମମେକର କରନ ଜହୋର ଖୁବ୍ ଶୀଘ୍ର ସାଉଥ ଫିଲ୍ମ 'ଜର୍ସି'ର ହିନ୍ଦୀ ରିମେକ ତିଆରି କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ କବୀର ସିଂ ତଥା ଶାହିଦଙ୍କୁ ନେବାର ପ୍ଲାନ କରୁଛନ୍ତି ।

author img

By

Published : Jun 26, 2019, 11:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'କବୀର ସିଂ' ଦର୍ଶକଙ୍କ ମନ କିଣିବା ସହ କଲେକ୍ସନ ମାମଲାରେ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଛି । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛନ୍ତି । ଆଜ୍ଞା ହଁ, 'କବୀର ସିଂ'ର ସଫଳତା ପରେ ଏବେ ଶାହିଦଙ୍କୁ ଅନେକ ଫିଲ୍ମର ଅଫର ମିଳିଛି ।

ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ କି ତାଙ୍କ ପାଖରେ କୌଣସି ଫିଲ୍ମ ନାହିଁ । କିନ୍ତୁ ଏବେ ତାଙ୍କ ପାଖରେ ଫିଲ୍ମ ହିଁ ଫିଲ୍ମ ଅଫର ଅଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଶାହିଦ ପୁଣିଥରେ ଆଉ ଏକ ସାଉଥ ରିମେକରେ କାମ କରିବାକୁ ଯାଉଛନ୍ତି । ଫିଲ୍ମ ନିର୍ମାତା କରନ ଜୋହର ତେଲୁଗୁ ଅଭିନେତା ନାନିଙ୍କ ନିକଟରେ ରିଲିଜ ହୋଇଥିବା 'ଜର୍ସି'ର ହିନ୍ଦୀ ରିମେକ ରାଇଟ କିଣିସାରିଛନ୍ତି । ସେ ଏହି ପ୍ରୋଜେକ୍ଟରେ ଶାହିଦଙ୍କୁ ନେବା ପାଇଁ ପ୍ଲାନିଂ କରୁଛନ୍ତି । ସେ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ସମ୍ଭାଳିବେ ।

ଏଯାବତ ଫିଲ୍ମର କାଷ୍ଟିଂକୁ ନେଇ କୌଣସି ଅଧିକାରୀକ ସୂଚନା ସାମ୍ନାକୁ ଆସିନାହିଁ । ତେଲୁଗୁ ଫଲ୍ମ 'ଜର୍ସି'କୁ ଗୌତମ ତିନ୍ନାନୁରୀ ନିର୍ଦ୍ଦେଶିତ କରିଥିଲେ । ସ୍ପୋଟ୍ସ ଡ୍ରାମା ଫିଲ୍ମରେ ନାନି ଜଣେ କ୍ରିକେଟର ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ଇମୋଶନାଲ ଆଙ୍ଗେଲ ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକି ହିଟ୍ ଫିଲ୍ମ 'ଜର୍ସି' ଏବର୍ଷ ଏପ୍ରିଲରେ ରିଲିଜ ହୋଇଥିଲା । ବର୍ତ୍ତମାନ କରନ ଫିଲ୍ମ 'ତଖ୍ତ'କୁ ନେଇ ବ୍ୟସ୍ତ ଅଛନ୍ତି । ଏହା ଏକ ପିରିୟଡ ଡ୍ରାମା ଫିଲ୍ମ । ଯେଉଁଥିରେ ରଣବୀର ସିଂ, ବିକ୍କୀ କୌଶଲ, ଜାହ୍ନବୀ କପୁର, କରୀନା କପୁର, ଆଲିୟା ଭଟ୍ଟ ଓ ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିବେ ।

Intro:Body:

FGDFGS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.