ମୁମ୍ବାଇ: ଲକଡାଉନ ଯୋଗୁଁ ଅଧିକାଂଶ ଫିଲ୍ମର ସୁଟିଂ ବନ୍ଦ ରହିଛି । ଏହା ମଧ୍ୟରେ ରହିଛି ଶାହିଦ କପୁରଙ୍କ ଫିଲ୍ମ ଜର୍ସିର ସୁଟିଂ । ତେଲୁଗୁ ଫିଲ୍ମ ଜର୍ସିର ହିନ୍ଦୀ ରିମେକରେ ଶାହିଦ ଲିଡ୍ ରୋଲରେ ଅଛନ୍ତି ।
ଏଥିରେ ସେ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରିଛନ୍ତି । ହେଲେ ସୁଟିଂ ବନ୍ଦ ଥିବାରୁ ଏବେ ଘରେ ଅଛନ୍ତି କବୀର ସିଂହ ଷ୍ଟାର । ତେବେ ସେ ନିଜ ଫିଲ୍ମ ସେଟକୁ ମିସ କରୁଥିବା କହିଛନ୍ତି । ଇନଷ୍ଟାଗ୍ରାମରେ କ୍ରିକେଟ ଖେଳୁଥିବାର ଏକ ଅଧା ଫଟୋ ଛାଡି ସେ ଲେଖିଛନ୍ତି ଜର୍ସି ସେଟ୍ସ..ଆଇ ମିସ ୟୁ ।
ଚଣ୍ଡିଗଡରେ ଗତବର୍ଷ ଡିସେମ୍ବରରେ ଫିଲ୍ମର ଅଧା ସୁଟିଂ ସରିଛି । ସାନଦାର ପରେ ଏଥିରେ ପୁଣିଥରେ ପଙ୍କଜ କପୁର ଓ ଶାହିଦ କପୁର ଏକାଠି ନଜର ଆସୁଛନ୍ତି । ଫିଲ୍ମରେ ଜଣେ କ୍ରିକେଟର ବାପା କିପରି ନିଜ ପୁଅର ଇଚ୍ଛା ପୂରଣ କରିବାକୁ ପୁଣିଥରେ ଖେଳକୁ ଫେରୁଛି ସେହି କାହାଣୀ ଉପରେ ଆଧାରିତ ।