ମୁମ୍ବାଇ: ଲକଡାଉନ ପାଇଁ ଦୀର୍ଘ ସମୟରୁ ଘରେ ବନ୍ଦ ଥିବା କ୍ୟୁଟ ଆକ୍ଟର ଶାହିଦ କପୁର ଏବେ ଚର୍ଚ୍ଚାରେ । ସେ ମୀରାଙ୍କ ପାଇଁ ଏମିତି କାମ କରିଛନ୍ତି, ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ଆଜ୍ଞା ହଁ, ବିବାହର 5 ବର୍ଷ ମଧ୍ୟରେ ଶାହିଦ ପତ୍ନୀ ମୀରା ରାଜପୁତଙ୍କ ପାଇଁ ପ୍ରଥମଥର ରୋଷେୟା ସାଜିଛନ୍ତି । ତାଙ୍କ ପାଇଁ ସ୍ବାଦିଷ୍ଟ ଭୋଜନ ରାନ୍ଧିବା ଶିଖିଯାଇଛନ୍ତି ଏହି ଲକଡାଉନ ସମୟରେ । ଯାହାର ସୂଚନା ମୀରା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
ମୀରା ଇନଷ୍ଟାଗ୍ରାମଷ୍ଟୋରେ ଶାହିଦଙ୍କ ଦ୍ବାରା ରୋଷେଇ କରାଯାଇଥିବା ଖାଦ୍ୟର ଫଟୋ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘5 ବର୍ଷରେ ପ୍ରଥମଥର ମୋ ସ୍ବାମୀ ମୋ ପାଇଁ ରୋଷେଇ କରିଛନ୍ତି । ଏହା ଏଯାବତର ସବୁଠାରୁ ବେଷ୍ଟ ପାସ୍ତା ମୁଁ ଖାଇଛି ।’ ଆପଣ ବି ଦେଖନ୍ତୁ ଫଟୋ...
ପ୍ରକାଶ ଥାଉକି ଶାହିଦ ଶେଷଥର ତେଲୁଗୁ ସୁପରଡୁପର ହିଟ୍ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂ’ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ଜବରଦସ୍ତ ରୋମାନ୍ସ କରିଥିଲେ କିୟାରା ଆଡଭାନୀ । ଆଉ ଖୁବଶୀଘ୍ର ସେ ଆଉ ଏକ ତେଲୁଗୁ ରିମେକ ଫିଲ୍ମ ‘ଜର୍ସି’ରେ ନଜର ଆସିବେ । ଏହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ।