ETV Bharat / sitara

350 କୋଟି କ୍ଲବରେ 'କବୀର ସିଂ'

ଏ ବର୍ଷର ସବୁଠାରୁ ଅଧିକ ଆୟ କରିବା ଫିଲ୍ମରେ ସାମିଲ ହେଲା ଶାହିଦ ଓ କିୟାରାଙ୍କ ଅଭିନୀତ ଫିଲ୍ମ 'କବୀର ସିଂ' । ବିଶ୍ବସ୍ତରରେ 350 କୋଟି ଆୟ କରି ଚଳିତ ବର୍ଷ ଏହି ଫିଲ୍ମଟି ନୂଆ ରେକର୍ଡ ସୃଷ୍ଟି କରିଛି ।

author img

By

Published : Jul 19, 2019, 12:51 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗଙ୍କ ଚର୍ଚ୍ଚିତ ଫିଲ୍ମ 'କବୀର ସିଂ' ରିଲିଜର 25 ଦିନରେ ମଧ୍ୟ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଶାହଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମରେ ଶାହିଦଙ୍କ ପାଗଳାମୀ ଅଭିନୟର ସମାଲୋଚନା ହେବା ସତ୍ତ୍ବେ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇପାରିଛି । ଏହାସହ 'କବୀର ସିଂ' ବିଶ୍ବସ୍ତରରେ 350 କୋଟି ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

ବକ୍ସ ଅଫିସ ଇଣ୍ଡିଆ ୱେବ ସାଇଟରେ ଏହି ସୂଚନା ଦିଆଯାଇଛି ଯେ 'କବୀର ସିଂହ' ଏବର୍ଷ ପ୍ରଥମ ଫିଲ୍ମ ଯାହା ବିଶ୍ବସ୍ତରରେ 350 କୋଟି ଆୟ କରିବାରେ ସଫଳ ହୋଇଛି । ଅନ୍ୟପଟେ ଆଶା କରାଯାଉଛି ଯେ ଫିଲ୍ମ 365ରୁ 70 କୋଟି ଆୟ କରିବାରେ ସଫଳ ହେବ ।

ଏଯାବତ ଦୁଇଟି ଫିଲ୍ମ ତଥା ବିକ୍କୀ କୌଶଲଙ୍କ ଫିଲ୍ମ 'ଉରି: ଦ ସର୍ଜିକଲ ଷ୍ଟ୍ରାଇକ' 338 କୋଟି ଆୟ କରିଥିବା ବେଳେ ସଲମାନ ଖାନଙ୍କ 'ଭାରତ' ବିଶ୍ବସ୍ତରରେ 304 କୋଟି ଆୟ କରିଥିଲା ।

ଅନ୍ୟପଟେ 'କବୀର ସିଂ' ଓପନିଂ ଡେ'ରେ 20 କୋଟି ଆୟ କରି ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲା । ସେହିପରି ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ଅକ୍ଷୟ କୁମାରଙ୍କ ଫିଲ୍ମ 'କେସରୀ' ଓ ସଲମାନଙ୍କ ଫିଲ୍ମ 'ଭାରତ' ରହିଛି ।

ଓପନିଂ ଡେ'ରେ ଫିଲ୍ମକୁ ଦର୍ଶକ ଓ ଫିଲ୍ମ କ୍ରିଟିକ୍ସ ମିଶ୍ରିତ ପ୍ରତିକ୍ରିୟା ଦେଇଥିଲେ । ଏହାପରେ ଫିଲ୍ମର ଚାହିଦା ଧିରେଧିରେ ବଢିବାରେ ଲାଗିଥିଲା । ଆଉ 'କବରୀ ସିଂ' ଫିଲ୍ମଟି ଶାହିଦଙ୍କ ଏଯାବତର ବେଷ୍ଟ ଫିଲ୍ମରେ ସାମିଲ ହୋଇଛି ।

ପ୍ରକାଶ ଥାଉକି 'କବୀର ସିଂ' ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ହିନ୍ଦୀ ରିମେକ ଫିଲ୍ମ । ଏହି ଫିଲ୍ମରେ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ଶାଲିନୀ ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । 'ଅର୍ଜୁନ ରେଡ୍ଡୀ' ସଫଳତା ସହ ରାତାରାତି ତେଲୁଗୁର ସୁପରଷ୍ଟାର ସାଜିଥିଲେ ଏହି ଦୁଇ କଳାକାର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.