ମୁମ୍ବାଇ: କୋରୋନା ଭାଇରସର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିଛି । ଆଇପିଏଲ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହାର ଆୟୋଜନ ଏପ୍ରିଲ 15ରେ କରାଯିବ । ପୂର୍ବରୁ ଏମାସ 29ରେ ଏହାର ଆୟୋଜନ ହେବାର ଥିଲା । ହେଲେ କ୍ରିକେଟ ଟିମ ସହ ଆଇପିଏଲ ମାଲିକଙ୍କ ମଧ୍ୟ ବର୍ତ୍ତମାନ ନିରାଶ ଅଛନ୍ତି। କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବି-ଟାଉନର କିଙ୍ଗ ଖାନ ଶାହରୁଖ ଏହା ଉପରେ ଦୁଇଟି ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି।
ସେ ପ୍ରଥମ ଟ୍ବିଟରେ ଲେଖିଛନ୍ତି, ‘ମୈଇଦାନ ବାହାରେ ସବୁ ଫ୍ରାଞ୍ଚାଇଜର ମାଲିକଙ୍କ ସହ ସାକ୍ଷାତ କରିବା ଶାନଦାର ସାବ୍ୟସ୍ତ ହୋଇଛି। ଖେଳ, ଦର୍ଶକ, ଖେଳାଳି ଓ ସହରର ସୁରକ୍ଷା ସର୍ବପ୍ରଥମେ। ସ୍ବାସ୍ଥ୍ୟ ଏଜେନ୍ସି ଓ ସରକାର ଯେଉଁ ଆଦେଶ ଦେଇଛନ୍ତି ତାହା ପାଳନ କରାଯିବା କଥା।’
ସେହିପରି ଟ୍ବିଟରେ ସେ ଲେଖିଛନ୍ତି, ‘ଆଶା କରୁଛି ଶୀଘ୍ର ଭାଇରସର ପ୍ରଭାବ କମିଯାଉ। ଆଉ ଆଇପିଏଲ ଆରମ୍ଭ ହେଉ । ବିସିସିଆଇ ଓ ଟିମର ମାଲିକମାନେ ସରକାରଙ୍କ ପରାର୍ମଶ ଉପରେ ଦୃଷ୍ଟି ରଖି ବସିଛନ୍ତି ।’