ETV Bharat / sitara

ଜୁନିୟର ବଚ୍ଚନଙ୍କ କ୍ୟାରିୟର ସମ୍ଭାଳିବେ କିଙ୍ଗ ଖାନ !

ଅଭିଷେକଙ୍କ କ୍ୟାରିୟରକୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି କିଙ୍ଗ ଖାନ । ମିଳିଥିବା ସୂଚନାନୁସାରେ ଶାହାରୁଖଙ୍କ ଆଗାମୀ ଫିଲ୍ମର ଲିଡରେ ଅଭିଷେକ ନଜର ଆସିବେ ।

author img

By

Published : Nov 25, 2019, 11:26 PM IST

ଜୁନିୟର ବଚ୍ଚନଙ୍କ କ୍ୟାରିୟର ସମ୍ଭାଳିବେ କିଙ୍ଗ ଖାନ !

ମୁମ୍ବାଇ: ଲଗାତାର ବିଫଳତା ପରେ ଜୁନିୟର ବଚ୍ଚନଙ୍କ କ୍ୟାରିୟର ସଙ୍କଟରେ । ଗତ କିଛି ବର୍ଷରେ ସେ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି । ଆଉ ସେଥି ମଧ୍ୟରୁ ଅନେକ ଫ୍ଲପ ମଧ୍ୟ ହୋଇଛି । ଫଳରେ ଏବେ କ୍ୟାରିୟରକୁ ନେଇ ଚିନ୍ତାରେ ପଡିଛନ୍ତି ଅଭିଷେକ ବଚ୍ଚନ ।

ତେବେ ଅଭିଷେକଙ୍କ କ୍ୟାରିୟରକୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି କିଙ୍ଗ ଖାନ । ମିଳିଥିବା ସୂଚନାନୁସାରେ ଶାହାରୁଖଙ୍କ ଆଗାମୀ ଫିଲ୍ମର ଲିଡରେ ଅଭିଷେକ ନଜର ଆସିବେ । ନିଜ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମ ନିର୍ମିତ ହେବ । ଏହାକୁ ଗୌରୀ ଖାନ, ସୁଜୟ ଘୋଷ ଓ ଗୌରବ ବର୍ମା ପ୍ରଯୋଜନା କରିବେ । ଆସନ୍ତାବର୍ଷ ପ୍ରାରମ୍ଭରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ଖବର ଅନୁସାରେ ଆସନ୍ତାବର୍ଷ ମଧ୍ୟ ଭାଗ ଆଡକୁ ଫିଲ୍ମଟି ରିଲିଜ ହୋଇପାରେ । ଫିଲ୍ମର ନାମ ବବ ବିଶ୍ବାସ ରହିଛି । କୁହାଯାଉଛି ଖାସ ଅଭିଷେକଙ୍କ ଉଦ୍ଦେଶ୍ୟରେ ଶାହାରୁଖ ଏହି ଫିଲ୍ମ ପ୍ରଯୋଜନା ଭାର ନେଇଛନ୍ତି । ଏଥିରେ ଏକ ଚତ୍ମକାର ଭୂମିକା ଅଭିଷେକଙ୍କୁ ଅପେକ୍ଷା କରାଯାଇଛି ବୋଲି କୁହାଯାଉଛି । ଏହା ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆଣିବାରେ ଆଶା କରାଯାଉଛି । ଫିମେଲ ଲିଡ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।

ଉଭୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହା ବିଷୟରେ ଘୋଷଣା କରିଛନ୍ତି । ଫିଲ୍ମଟି ବିଦ୍ୟା ବାଲାନ ଅଭିନୀତ କାହାଣୀର ପ୍ରିକ୍ବେଲ ଅଟେ । ଏହାର ଷ୍ଟୋରୀ କାହାଣୀ ଫିଲ୍ମର କ୍ୟାରେକ୍ଟର ବବ ବିଶ୍ବାସ ଉପରେ ଆଧାରିତ । ଏହାକୁ ନେଇ ଅଭିଷେକ ଖୁବ ଉତ୍ସାହିତ ଥିବା ଟ୍ବିଟରରେ ପ୍ରକାଶ କରିଛନ୍ତି ।

Intro:କଟକ ମାତାମଠ ନିକଟରେ ଭୟଙ୍କର ଦୁର୍ଘଟଣା।କାର ଟି ଅଟୋ ପଛ ପଟରୁ ଧକା ଦେବା ଫଳରେ ଅଟୋରେ ଥିବା ସମସ୍ତ ଯାତ୍ରୀ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି।ସୁଚନା ଅନୁଯାୟୀ କାରଟିର ଡ୍ରାଇଭର ମଦ୍ୟପାନ କରି ଦୃତଗତି ରେ ଚଳାଉ ଥିଲା।ପ୍ରଚୁର ମାତ୍ରାରେ ମଦ୍ୟପାନ କରିବା ସହ ନିଜ ବାନ୍ଧବୀ ସହ କାର ଭିତରେ ରୋମାନ୍ସ କରୁଥିଲା।ଗାଡ଼ିର ସ୍ପୀଡ଼ ପାଖାପାଖି ୧୦୦ ରୁ ଅଧିକ ବେଗରେ ଥିଲା।
ସୂଚନା ଅନୁଯାୟୀ ଗାଡି ଡ୍ରାଇଭର ପ୍ରଚୁର ମଦ୍ୟପାନ କରି ନିଜ ବାନ୍ଧବୀ ସହ ରୋମାନ୍ସ କରିବା ସହ ଅଧିକ ବେଗ ରେ ଗାଡି ଚଲନା କରୁଥିବା ବେଳେ ଆଗରେ ଥିବା ଏକ ଅଟୋଟିକୁ ପଛ ପଟୁ ଧକା ଦେଇଥିଲା।ତେବେ ଏତେ ଜୋର ରେ ପଛ ପଟୁ ଧକା ଦେଇଥିଲା ଯେ, ଅଟୋଟି ଓଲଟି ପଡ଼ିଥିଲା।ଫଳରେ ଅଟୋରେ ଥିବା ସମସ୍ତ ଯାତ୍ରୀ ଗୁରୁତ୍ୱର ହୋଇପଡ଼ିଥିଲେ।
ଆହତ ହୋଇଥିବା ଆହତ ଵ୍ୟକ୍ତି ମାନେ କଟକ ର ପୀର ବଜାର ଅଞ୍ଚଳର।ଶାଶୁ ,ପୁଅ,ବୋହୂ,ଶିଶୁ ଙ୍କ ସହ ୬ ଜଣ ଏହି ଦୁର୍ଘଟଣା ରେ ଗୁରୁତ୍ୱ ହୋଇଛନ୍ତି।ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ ଥିଲା ବେଳେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ପଠାଯାଇଛି।ତେବେ ଆହତ ମାନଂକ ପରିଚୟ ମିଳିପାରି ନାହିଁ।
ଅନ୍ୟପଟେ ମଦ୍ୟପ ଡ୍ରାଇଭର କୁ ସାଧାରଣ ଲୋକ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ।ଗାଡି ଭିତରୁ ମଦ ବୋତଲ ମଧ୍ୟ ଜବତ କରାଯାଇଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ଉତ୍ୟକ୍ତ ଲୋକଙ୍କ ପାଖରୁ ଉଦ୍ଧାର କରିଥିଲେ।ତେବେ ଏହି ଦୁର୍ଘଟଣାରେ କାର ଓ ଅଟୋ ସମ୍ପୂର୍ଣ ନଷ୍ଟ ହୋଇଯାଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.