ETV Bharat / sitara

#MeToo: ଅନୁଙ୍କୁ ମିଳିଲା ଆଶ୍ବସ୍ତି - ଏନସିଡବ୍ଲୁର ଚେୟାରପର୍ସନ ରେଖା ଶର୍ମା

ଦୀର୍ଘ ସମୟରୁ ଫେମସ ଗାୟକ, ମ୍ୟୁଜିକ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପରେ ଚାଲିଥିବା ଯୌନ ଶୋଷଣ କେସକୁ ଏବେ ବନ୍ଦ କରି ଦିଆଯାଇଛି। ସାକ୍ଷୀ ଅଭାବରୁ ଏ ମାମଲାରୁ ବର୍ତ୍ତି ଯାଇଛନ୍ତି ଅନୁ।

anu malik
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁ ମଲ୍ଲିକ
author img

By

Published : Jan 17, 2020, 1:34 PM IST

ମୁମ୍ବାଇ: ବି-ଟାଉନର ପପୁଲାର ସଙ୍ଗୀତକାର ତଥା ରିୟାଲିଟି ଶୋ ଇଣ୍ଡିଆନ ଆଇଡଲ 11ର ପୂର୍ବତନ ଜଜ ଅନୁ ମଲ୍ଲିକଙ୍କୁ ମିଳିଛି ଆଶ୍ବସ୍ତି। ବର୍ତ୍ତମାନ ତାଙ୍କ ଉପରେ ଚାଲିଥିବା ଯୌନ ଶୋଷଣ ମାମଲାରୁ ବର୍ତ୍ତି ଯାଇଛନ୍ତି ସେ। ତାଙ୍କ ବିରୋଧରେ ଅତିରିକ୍ତ ସାକ୍ଷୀ ଅଭାବ କାରଣରୁ ଏହି କେସକୁ ବନ୍ଦ କରି ଦିଆଯାଇଛି । ଏହି କେସ ନ୍ୟାସନାଲ କମିଶନ ଫର ୱିମେନ(ଏନସିଡବ୍ଲୁ)ରେ ଚାଲିଥିଲା । ଆଉ ସାକ୍ଷୀ ଅଭାବରୁ ଏହି ମାମଲାକୁ ସାମୟିକ ଭାବେ ବନ୍ଦ କରାଯାଇଛି।

ରିପୋର୍ଟ ଅନୁଯାୟୀ ଏନସିଡବ୍ଲୁ ଅଣ୍ଡର ସେକ୍ରେଟାରୀ ଭରନାଲୀ ସୋମ ଏମାସ 3 ତାରିଖରେ ମାଧୁରୀ ମଲହୋତ୍ରା ( Head, Standards and Properties, Sony Pictures Networks India Private Limited)କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଫେମସ ଗାୟିକା ସୋନା ମହାପାତ୍ରଙ୍କ ଟ୍ବିଟକୁ ସାମିଲ କରିଥିଲେ ।

ଟ୍ବିଟ ଅନୁଯାୟୀ ଅନେକ ମହିଳାଙ୍କ ଦ୍ବାରା ଯୌନ ନିର୍ଯାତନାର ସାକ୍ଷୀ ଦେବା ସତ୍ତ୍ବେ ଅନୁଙ୍କୁ ନ୍ୟାସନାଲ ଟେଲିଭିଜିନରେ ବୋର୍ଡକାଷ୍ଟ କରାଯାଉଥିବା ୟଙ୍ଗଷ୍ଟାର୍ସଙ୍କୁ ଶୋର ଜଜ କରାଯାଇଛି। ଚିଠିରେ ଆହୁରି ଲେଖା ହୋଇଥିଲା ଯେ ଏହି ମାମଲାରେ 2019 ଡିସେମ୍ବର 6 ତାରିଖରେ ଆପଣଙ୍କ ଜବାବ ଆୟୋଗକୁ ମିଳିସାରିଛି । ହେଲେ ଅତିରିକ୍ତ ସାକ୍ଷୀ ଅଭାବରୁ ଏହି କେସକୁ ବନ୍ଦ କରାଯାଇଛି।

ପ୍ରକାଶ ଥାଉକି ଏନସିଡବ୍ଲୁର ଚେୟାରପର୍ସନ ରେଖା ଶର୍ମା ଏହି ମାମଲାରେ କହିଛନ୍ତି ଯେ ଅଭିଯୋଗକାରୀଙ୍କୁ ଏହି ବିଷୟରେ ଏକ ଚିଠି ଲେଖିଥିଲେ । ଅଭିଯୋଗକାରୀ ଜବାବରେ ଲେଖିଥିଲେ କି ଏହି ସମୟରେ ସେ ବିଦେଶ ଯାତ୍ରା କରୁଛନ୍ତି ଫେରିଲେ ସାକ୍ଷାତ କରିବେ । ଆୟୋଗ 45 ଦିନ ପର୍ଯ୍ୟନ୍ତ ଅପେକ୍ଷା କରାଗଲା ଏବଂ ସଠିକ କାଗଜପତ୍ରର ଦାବି କରିଥିଲା । ହେଲେ ଅଭିଯୋଗକାରୀଙ୍କ ପକ୍ଷରୁ କୌଣସି ଜବାବ ମିଳିନଥିଲା। ଏହି କେସରେ ସାମିଲ ଥିବା ଅନ୍ୟ ମହିଳାଙ୍କ ପକ୍ଷରୁ କୌଣସି ଜବାବ ମିଳିନଥିଲା । ଯାହାକୁ ଆଧାର କରି ଅନୁଙ୍କ ବିରୁଦ୍ଧରେ ଥିବା ମାମଲାକୁ ବନ୍ଦ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.