ETV Bharat / sitara

‘ବଡ ହେବାର ନିଶା ଯୁବପିଢିଙ୍କୁ କରୁଛି ବିପଥଗାମୀ’ - virtual world is destroying new generation says Esha Gupta

ଲୋଭ, ଲାଲସା, ଇଚ୍ଛା, ଅପରାଧ ଆଡକୁ ଆକର୍ଷିତ ହେବାର ଭର୍ଚୁଆଲ ୱାର୍ଲଡ ମୁଖ୍ୟ ଭୂମିକା ନେଇଥାଏ । ଏଥିପାଇଁ ଯୁବପିଢି ଅଧିକ କ୍ରାଇମ କରନ୍ତି ବୋଲି ବଲିଉଡ ଆକ୍ଟ୍ରେସ ଇଶା ଗୁପ୍ତା କହିଛନ୍ତି । ଅଧିକ ପଢନ୍ତୁ...

‘ବଡ ହେବାର ନିଶା ଯୁବପିଢିଙ୍କୁ କରୁଛି ବିପଥଗାମୀ’

author img

By

Published : May 14, 2020, 4:12 PM IST

ମୁମ୍ବାଇ: ବଡ ହେବାର ନିଶା ଓ କାଳ୍ପନିକ ଦୁନିଆର କଳ୍ପନା ଆଜିର ଯୁବପିଢିଙ୍କୁ ବିପଥଗାମୀ କରୁଛି । ଲୋଭ, ଲାଲସା, ଇଚ୍ଛା, ଅପରାଧ ଆଡକୁ ଆକର୍ଷିତ ହେବାର ଭର୍ଚୁଆଲ ୱାର୍ଲଡ ମୁଖ୍ୟ ଭୂମିକା ନେଇଥାଏ । ଏଥିପାଇଁ ଯୁବପିଢି ଅଧିକ କ୍ରାଇମ କରନ୍ତି ବୋଲି ବଲିଉଡ ଆକ୍ଟ୍ରେସ ଇଶା ଗୁପ୍ତା କହିଛନ୍ତି ।

ଇଶା କହିଛନ୍ତି ଯେ ଯୁବପିଢି ବାସ୍ତବିକ ଅପେକ୍ଷା କାଳ୍ପନିକରେ ଅଧିକ ବିଶ୍ବାସ କରୁଛନ୍ତି । ଅନ୍ୟମାନଙ୍କଠାରୁ ଆଗୁଆ ରହିବାର ନିଶା ସେମାନଙ୍କୁ ଘାରିଛି । ସୋସିଆଲ ମିଡିଆରେ ପପୁଲାର ହେବା, ବିଳାସମୟ ସାମଗ୍ରୀ କିଣିବା, ଅନ୍ୟଠାରୁ ବଡ ହେବାର ଲୋଭ ଓ ଲାଲସା ସେମାନଙ୍କୁ କାଳ୍ପନିକ ଦୁନିଆରେ ରଖିଥାଏ । ସୋସିଆଲ ମିଡିଆରେ ଯେତେ ଲୋକ ଆକ୍ଟିଭ ଅଛନ୍ତି ସମସ୍ତଙ୍କର ଏହି ସମସ୍ୟା । ଇଣ୍ଟରନେଟ୍ ଆମକୁ ସମସ୍ତ ସୁବିଧା ଦେଇଛି ହେଲେ ଏହାର ଅତ୍ୟଧିକ ଏକ୍ସପୋଜ ବିପଦ ସାଜିଛି । ସେଥିପାଇଁ ଯୁବପିଢି ମଧ୍ୟରେ ସେକ୍ସୁଆଲ କ୍ରାଇମ ଅଧିକ ହେଉଛି । କାଳ୍ପନିକ ଅପେକ୍ଷା ବାସ୍ତବତାରେ ଜିଇଁବା ଏମାନଙ୍କ ପାଇଁ ଅଧିକ ଦରକାର ବୋଲି ଇଶା କହିଛନ୍ତି ।

ନିଜ ଆଗାମୀ ୱେବ ସିରିଜ ରିଜଜକ୍ଟକ୍ସ ଦ୍ବାରା ସେ ଏହି ବାର୍ତ୍ତା ଯୁବପିଢିଙ୍କୁ ଦେଇଛନ୍ତି । ସିରିଜର କାହାଣୀ ଏହା ଉପରେ ହିଁ ଆଧାରିତ । ଏହି ସିରିଜ ଦ୍ବାରା ଇଶା ଅନଲାଇନ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି । ଗୋଲ୍ଡି ବହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ନୂଆ ସିଜିନ ପୂର୍ବ ସିଜିନର କ୍ୟାରେକ୍ଟର ଅନୁଷ୍କା ରାଓର ମୃତ୍ୟୁ ଉପରେ ଆଧାରିତ । ଏହି ମୃତ୍ୟୁର ସତ୍ୟ ଉନ୍ମୋଚନ କରିବାର ଦାୟିତ୍ବ ରେନେଙ୍କୁ ମିଳିଛି ଯେଉଁ ଭୂମିକା ନିଭାଉଛନ୍ତି ଇଶା ଗୁପ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.