ହାଇଦ୍ରାବାଦ: ରାଜକୁମାର ରାଓ, ଶ୍ରଦ୍ଧା କପୁର ଅଭିନୀତ କମେଡି ହରର ଫିଲ୍ମ ସ୍ତ୍ରୀର ସିକ୍ବେଲ ପାଇଁ କାମ ଆରମ୍ଭ ହୋଇଯାଇଛି । ଏଥିରେ ପୁଣି ନଜର ଆସିବେ ରାଜକୁମାର ଓ ଶ୍ରଦ୍ଧା । 2018ର ହିଟ ଫିଲ୍ମ ସ୍ତ୍ରୀ ପ୍ରାୟ 150କୋଟି ଟଙ୍କାର ବ୍ୟବସାୟ କରିଥିଲା । ତେବେ ଏହାର ସଫଳତା ପରେ ଫିଲ୍ମର ନିର୍ମାତା ସ୍ତ୍ରୀର ସିକ୍ବେଲ ପାଇଁ ସଜବାଜ ହେଉଛନ୍ତି ।
ଖବରନୁସାରେ ଫିଲ୍ମର ଶୁଟିଂ 2020ରେ ଆରମ୍ଭ ହେବ । ଫିଲ୍ମର କାହାଣୀ ଉପରେ ଏବେ କାମ ଚାଲିଛି । ଏଥିରେ ମଧ୍ୟ ଲିଡରେ ରହିବେ ରାଜକୁମାର ଓ ଶ୍ରଦ୍ଧା । ଏନେଇ ଶ୍ରଦ୍ଧା କହିଛନ୍ତି ସ୍ତ୍ରୀର ସିକ୍ବେଲ ତିଆରି ହେବା ଜରୁରୀ ।
ଅମର କୌଶିକଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ସ୍ତ୍ରୀରେ ହରର ସହ ଭରପୁର କମେଡି ଥିଲା । ରାଜକୁମାର, ଶ୍ରଦ୍ଧାଙ୍କ ସହ ପଙ୍କଜ ତ୍ରିପାଠୀ ଓ ଅପାରଶକ୍ତି ଖୁରାନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।