ETV Bharat / sitara

ଦେଖନ୍ତୁ କଙ୍ଗନା ଓ ରାଜକୁମାରଙ୍କ ପାଗଳାମୀ

author img

By

Published : Jun 23, 2019, 2:49 PM IST

ରିଲିଜ ହୋଇଛି ‘ମେଣ୍ଟାଲ ହେ କ୍ୟା’ର ଆଉ କେତୋଟି ମୋସନ ପିକ୍ଚର । ମୋସନ ପିକ୍ଚରରେ ରାଜକୁମାର ଓ କଙ୍ଗନାଙ୍କ ପାଗଳାମୀ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ କୁଇନ କଙ୍ଗନା ଓ ରାଜକୁମାର ରାଓ ଖୁବ ଶୀଘ୍ର ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ରେ ନଜର ଆସିବେ । ତେବେ ଟ୍ରେଲର ରିଲିଜ ପୂର୍ବରୁ ଫିଲ୍ମର ମୋସନ ପିକ୍ଚର ରିଲିଜ ହୋଇଛି । ଏଥିରେ କଙ୍ଗନା ଓ ରାଜକୁମାରଙ୍କ ପାଗଳାମୀ ନଜର ଆସିଛି ।

mental hai kya
ଫଟୋ ସୌଜନ୍ୟ: ଟ୍ବିଟର/@balajimotionpic

କଙ୍ଗନାଙ୍କୁ ଏକ ଛୁରୀ ସହ ଦେଖିବାକୁ ମିଳିଥିବାବେଳେ ରାଜକୁମାରଙ୍କୁ ସିଗାରେଟ ସହ ଦେଖିବାକୁ ମିଳିଛି । ପ୍ରଥମେ ଜୁନ 19ରେ ଟ୍ରେଲର ରିଲିଜ କରାଯିବାକୁ ଥିବାବେଳେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ ଫିଲ୍ମର ନିର୍ମାତା ପ୍ରକାଶ କୋଭେଲାମୁଦୀଙ୍କ ସହ ଏକ ଆଲୋଚନା କରିଥିଲେ । ଏହାପରେ ଫିଲ୍ମର ଟ୍ରେଲରର ରିଲିଜ ତାରିଖକୁ ଘୁଞ୍ଚାଯାଇଥିଲା ।

ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ ଇଣ୍ଡିଆନ ସାଇକେଟ୍ରି ସୋସାଇଟି ଫିଲ୍ମର ନାମ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲା । କାରଣ ଏହା ମାନସିକ ରୋଗୀଙ୍କୁ ଆଘାତ ପହଞ୍ଚାଇପାରେ । ଏହି କାରଣରୁ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ଫିଲ୍ମର ନାମ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି ।

mental hai kya
ଫଟୋ ସୌଜନ୍ୟ: ଟ୍ବିଟର/@balajimotionpic

ତେବେ ଫିଲ୍ମରେ ପ୍ରଥମ କରି ରାଜକୁମାର ଓ କଙ୍ଗନା ଏକାଠି କାମ କରିବେ । ଫିଲ୍ମଟି ଜୁଲାଇ 26ରେ ପରଦାକୁ ଆସିବ । ଫିଲ୍ମରେ ଜିମି ଶେରଗିଲ, ସତିଶ କୌଶିକ, ଅମ୍ରିତା ପୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.