ETV Bharat / sitara

ପୁଣି କୁନ୍ଦ୍ରା ଦମ୍ପତିଙ୍କ ନାଁରେ ନୂଆ ମାମଲା, 3 ଲକ୍ଷ ଫାଇନ

author img

By

Published : Jul 29, 2021, 12:37 PM IST

ପୁଣି କୁନ୍ଦ୍ରା ଦମ୍ପତିଙ୍କ ନାମରେ ଯୋଡିହେଲା ଆଉ ଏକ ମାମଲା । ଉଭୟଙ୍କ ନାମରେ ଜଡିତ ଥିବା ଭିଆନ କମ୍ପାନୀ ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ପଡିଲା 3 ଲକ୍ଷ ଜରିମାନା । ଅଧିକ ପଢନ୍ତୁ...

ପୁଣି କୁନ୍ଦ୍ରା ଦମ୍ପତିଙ୍କ ନାମରେ ନୂଆ ମାମଲା, 3 ଲକ୍ଷ ଫାଇନ

ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ମାମଲା ଯୋଡି ହେଉଛି ବ୍ୟବସାୟୀ ତଥା ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ନାମରେ । ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ସେବି(SEBI) ଶିଳ୍ପା ସେଟ୍ଟୀଙ୍କ ଉପରେ 3 ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି । ଉଭୟଙ୍କ ନାମରେ ଥିବା ଭିଆନ କମ୍ପାନୀ ଟ୍ରେଣ୍ଡିଂ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ସେବି ।

ବୁଧବାର ସେବି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଛଦ୍ମନାମ ରିପୁ ସୁଦାନ କୁନ୍ଦ୍ରାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ 3 ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି । ସେବି ନିର୍ଦ୍ଦେଶ ଅନୁଯାୟୀ, କୁନ୍ଦ୍ରା, ଶିଳ୍ପା ଏବଂ ସେମାନଙ୍କ କମ୍ପାନୀ ଉପରେ ଷ୍ଟକ୍ ଏକ୍ସଚେଞ୍ଜରେ ବାଧ୍ୟତାମୂଳକ ପ୍ରକାଶରେ ତିନି ବର୍ଷ ବିଳମ୍ବ ପାଇଁ ଜରିମାନା ଲାଗୁ କରାଯାଇଛି । ବଜାର ନିୟାମକ କହିଛନ୍ତି ଯେ ଭିଆନ୍ ଇଣ୍ଡଷ୍ଟ୍ରିଜର ପ୍ରମୋଟର ଥିବା କୁନ୍ଦ୍ରା ଦମ୍ପତିଙ୍କୁ ମିଳିତ ଭାବେ ଏହି ଜରିମାନା ଦେବାକୁ ପଡିବ ।

ସେପ୍ଟେମ୍ବର 01, 2013ରୁ ଡିସେମ୍ବର 23, 2015 ମଧ୍ୟରେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ପୂର୍ବରୁ ହିନ୍ଦୁସ୍ତାନ ସେଫ୍ଟି ଗ୍ଲାସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଭାବରେ ଜଣାଶୁଣା) କମ୍ପାନୀ ଉପରେ ଭାରତ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅନୁସନ୍ଧାନ କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ରିପୁ ସୁଦାନ କୁନ୍ଦ୍ରା, ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବଂ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସେବି (ନିୟମାବଳୀ ଅନ୍ତର୍ନିହିତ ବାଣିଜ୍ୟ) ନିୟମାବଳୀ 7 (2)(କ) ଏବଂ 7(2)(ଖ)ର ନିୟମ ଉଲ୍ଲଙ୍ଘନ କରିଛନ୍ତି । ଏସବୁ ମାମଲାକୁ ଦୃଷ୍ଟିରେ ରଖି ସେବି ବର୍ତ୍ତମାନ ଭିଆନ ଇଣ୍ଡଷ୍ଟ୍ରି ଉପରେ 3 ଲକ୍ଷ ଜରିମାନା ପକାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.