ETV Bharat / sitara

ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ: ଫେବୃଆରୀ 25ରେ ରିଲିଜ ହେବ Gangubai Kathiawadi

author img

By

Published : Feb 24, 2022, 3:37 PM IST

ଆଲିଆ ଭଟ୍ଟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ 24) ଆଲିଆ ଭଟ୍ଟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ରିଲିଜ ଉପରେ ରୋକ ଲାଗିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଫିଲ୍ମ ଫେବୃଆରୀ 25ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ
ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ

ହାଇଦ୍ରାବାଦ: ଆଲିଆ ଭଟ୍ଟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ 24) ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ରିଲିଜ ଉପରେ ରୋକ ଲାଗିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍ ଜେ.କେ ମହେଶ୍ବରୀଙ୍କ ଏକ ବେଞ୍ଚ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ମୁକ୍ତିଲାଭ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଏହି ଫିଲ୍ମ ଫେବୃଆରୀ 25ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

  • Supreme Court dismisses plea challenging Bombay HC order which rejected petition seeking injunction against Bollywood movie Gangubai Kathiawadi. Petition was filed by a man, who claimed to be adopted son of Gangubai Kathiawadi

    — ANI (@ANI) February 24, 2022 " class="align-text-top noRightClick twitterSection" data=" ">

ବାବୁଜୀ ରାଓ ଶାହା ନାମକ ଜଣେ ବ୍ୟକ୍ତି କୋର୍ଟରେ ଯାଚିକା ଦାୟର କରି ନିଜକୁ ଗଙ୍ଗୁବାଇର ପୋଷ୍ୟପୁତ୍ର ବୋଲି ଘୋଷଣା କରିଥିଲେ। ଶାହା ତାଙ୍କ ଯାଚିକାରେ ନିର୍ମାତାଙ୍କ ଉପରେ ଅଭିଯୋଗ ଆଣିବା ସହିତ କୋର୍ଟରେ କହିଥିଲେ, ଫିଲ୍ମରେ ତାଙ୍କ ମାଆ ଗଙ୍ଗୁବାଇଙ୍କ ଛବିକୁ କ୍ଷତି ପହଞ୍ଚାଯାଇଛି। ଶାହ ଅଭିଯୋଗ କରିଛନ୍ତି ଯେ ଗଙ୍ଗୁବାଇଙ୍କୁ ଫିଲ୍ମ ଏବଂ ପୁସ୍ତକରେ ବେଶ୍ୟା, ବେଶ୍ୟାବୃତ୍ତି ଏବଂ ମାଫିଆ ରାଣୀ ଭାବରେ ବର୍ଣ୍ଣନା କରାଯାଇଛି ।

ଏହା ବି ପଢନ୍ତୁ: ବଦଳିବ ଗଙ୍ଗୁବାଇ ସିନେମା ନାମ ! ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ଏଥି ସହିତ ପ୍ରତିପକ୍ଷରୁ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଓକିଲ ଆର୍ଯ୍ୟମା ସୁନ୍ଦରମ କୋର୍ଟରେ ଯୁକ୍ତି ବାଢିଛନ୍ତି ଯେ, ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ କିମ୍ବା ଆବେଦନକାରୀ ଏହା ଦେଖି ନାହାଁନ୍ତି । ଓକିଲ ତାଙ୍କ ଯୁକ୍ତିରେ କହିଛନ୍ତି ଯେ ଫିଲ୍ମରେ ଗଙ୍ଗୁବାଇଙ୍କ ଭାବମୂର୍ତ୍ତିରେ କୌଣସି ଟ୍ୟାମ୍ପରିଂ କରାଯାଇ ନାହିଁ। ଏଥିସହିତ, ସେ ନିଜକୁ ଗଙ୍ଗୁବାଇର ପୋଷ୍ୟପୁତ୍ର ବୋଲି ପ୍ରମାଣ କରିପାରୁ ନ ଥିବାରୁ କୋର୍ଟ ଶାହାଙ୍କ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.