ETV Bharat / sitara

Satyameva Jayate 2 Trailer: ଅନ୍ୟାୟ ବିରୋଧରେ ଲଢିବେ ଜନ୍‌

author img

By

Published : Oct 25, 2021, 7:46 PM IST

ରିଲିଜ ହେଲା ସତ୍ୟମେବ ଜୟତେ-୨ର ଟ୍ରେଲର । ଅନ୍ୟାୟ, ଦୁର୍ନୀତି ବିରୋଧରେ ଲଢିଲେ ଅଭିନେତା ଜନ୍‌ । ଅଧିକ ପଢନ୍ତୁ...

Satyameva Jayate 2 Trailer: ଅନ୍ୟାୟ, ଦୁର୍ନୀତି ବିରୋଧରେ ଲଢିବେ ଜନ୍‌

ମୁମ୍ବାଇ: ସତ୍ୟମେବ ଜୟତେ-୨ ରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଫିଟ୍‌ ଆକ୍ଟର ଜନ ଆବ୍ରାହମ । ଏହି ଫିଲ୍ମରେ ସେ ଅନ୍ୟାୟ, ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ଆଦି ସମସ୍ୟା ବିରୋଧରେ ଲଢୁଥିବାର ନଜର ଆସିବେ । ଫିଲ୍ମର ଟ୍ରେଲରରେ ଜନଙ୍କୁ ଏହି ସମସ୍ୟା ବିରୋଧରେ ଲଢୁଥିବାର ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ଫିଲ୍ମର ନିର୍ଦ୍ଦେଶନା ମିଲାପ ଜାଭେରୀ ଦେଇଥିବା ବେଳେ ଏଥିରେ ଜନ୍‌ଙ୍କ କୋ-ଷ୍ଟାର ଭାବେ ଦିବ୍ୟା ଖୋସଲା କୁମାର ନଜର ଆସିବେ । ଫିଲ୍ମଟି ଆକ୍ସନ, ଡ୍ରାମା ଓ ପାୱାରଫୁଲ ଡାଏଲଗ୍ସରେ ପୂର୍ଣ୍ଣ ରହିଛି । ଦର୍ଶକ ଏହାର ଭରପୂର ମଜା ଉଠାଇବେ ବୋଲି ଆଶା ରଖିଛନ୍ତି ମେକର୍ସ । ଜନ ନିଜ ପ୍ରତିକ୍ରିୟା ସେୟାର କରି କହିଛନ୍ତି ଯେ ମହାରାଷ୍ଟ୍ରରେ ସିନେମା ହଲ ଖୋଲୁଥିବାରୁ ସେ ବହୁତ ଖୁସି । ଏଭଳି ଫିଲ୍ମକୁ ଦର୍ଶକ ଥିଏଟରରେ ଦେଖିବା ଉଚିତ ବୋଲି ସେ କହିଛନ୍ତି ।

ସେପଟେ ଅଭିନେତ୍ରୀ ଦିବ୍ୟା ଏହି ଫିଲ୍ମରେ କାମ କରି ନିଜର ଖୁସିବ୍ୟକ୍ତ କରିଛନ୍ତି । ସତ୍ୟମେବ ଜୟତେ ଏକ ଆଇକନିକ ଫିଲ୍ମ ବୋଲି କହିଛନ୍ତି ଦିବ୍ୟା । ଫିଲ୍ମଟି ରିଲିଜ ହେବା ପରେ ତାଙ୍କ ଚରିତ୍ର ଓ ଅଭିନୟକୁ ଦର୍ଶକ ପସନ୍ଦ କରିବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୨୫ ତାରିଖରେ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.