ହାଇଦ୍ରାବାଦ: ବଲିଉଡ ଅଭିନେତା ଜନ୍ ଆବ୍ରାହମଙ୍କ 2018 ଫିଲ୍ମ ‘ସତ୍ୟମେବ ଜୟତେ’କୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏହାର ଦ୍ବିତୀୟ ସିରିଜକୁ ନେଇ ପରଦାକୁ ଆସିବ ‘ସତ୍ୟମେବ ଜୟତେ-2’। ତେବେ ଏହାର ପୋଷ୍ଟରକୁ ରିଲିଜ କରାଯାଇଛି । ପୋଷ୍ଟରରେ ଜନଙ୍କ ଛାତିରେ ତ୍ରିରଙ୍ଗା ଅଙ୍କା ଯାଇଥିବାର ଦେଖିବାକୁ ମିଳିଛି ।
ସର୍ବଦା ଆକ୍ସନ ଫିଲ୍ମ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଜନ, ଆଉ ଏକ ଆକ୍ସନ ଫିଲ୍ମ ନେଇ ଆସିବାକୁ ପ୍ରସ୍ତୁତ । ଫିଲ୍ମର ପୋଷ୍ଟରକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରି ନିଜ ଉତ୍ସାହ ଜାହିର କରିଛନ୍ତି । ଫିଲ୍ମଟି 2020 ଗାନ୍ଧୀ ଜୟନ୍ତୀରେ ରିଲିଜ ହେବ ।
ଫିଲ୍ମରେ ଜନ, ଦିବ୍ୟା ଖୋସଲା କୁମାରଙ୍କ ସହ ନଜର ଆସିବେ । ପ୍ରଯୋଜନା କରିଛନ୍ତି ଭୂଷଣ କୁମାର । ପ୍ରଯୋଜକ ଜନଙ୍କ ସହ ଦିବ୍ୟାଙ୍କ ଫାଷ୍ଟ ଲୁକ ମଧ୍ୟ ସେୟାର କରିଛନ୍ତି । ଅନ୍ୟପକ୍ଷେ ଜନ କମେଡି ଫିଲ୍ମ ‘ପାଗଲପନ୍ତି’ରେ ମଧ୍ୟ ନଜର ଆସିବେ । ଏଥିରେ ଅନିଲ କପୁର, ଇଲିଆନା ଡିକ୍ରୁଜ, ପୁଲକିତ ସମ୍ରାଟ. କ୍ରିତି ଖରବନ୍ଦା, ଉର୍ବଶୀ ରୌତେଲା ଆଦି ନଜର ଆସିବେ ।