ETV Bharat / sitara

ମାଆ ଏକ ସପ୍ତାହ ପୂର୍ବରୁ ସଲମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ: ସରୋଜଙ୍କ ଝିଅ - saroj khan prayed for salman khan well being

ବଲିଉଡର "ମାଷ୍ଟର ଜୀ" ସରୋଜ ଖାନ ଆଉ ଆମ ସହିତ ନାହାଁନ୍ତି । ନିକଟରେ ସରୋଜ ଖାନଙ୍କ ଝିଅ ସୁକାଇନା ଏକ ପୋର୍ଟାଲରେ ପ୍ରକାଶ କରିଛନ୍ତି ଯେ, ଡାକ୍ତରଖାନାରେ ଭର୍ତ୍ତି ହେବାର ଏକ ସପ୍ତାହ ପୂର୍ବରୁ ମାଆ ସଲମାନ ଖାନଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ଅଧିକ ପଢନ୍ତୁ...

saroj khan prayed for salman khan well being a week before she was admitted to hospital
ମାଆ ଏକ ସପ୍ତାହ ପୂର୍ବରୁ ସଲମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ: ସରୋଜଙ୍କ ଝିଅ
author img

By

Published : Jul 5, 2020, 4:16 AM IST

ମୁମ୍ବାଇ: ବଲିଉଡର "ମାଷ୍ଟର ଜୀ" ସରୋଜ ଖାନ ଆଉ ଆମ ସହିତ ନାହାଁନ୍ତି । ଜୁଲାଇ 3 ରେ ସରୋଜ ଖାନଙ୍କ ଦେହାନ୍ତ ହୋଇଛି । ସରୋଜ ଖାନଙ୍କ ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟକା ଦେଇଛି । ନିକଟରେ ଏକ ସାକ୍ଷାତକାରରେ ସରୋଜଙ୍କର ସାନ ଝିଅ ସୁକାଇନା ପ୍ରକାଶ କରିଛନ୍ତି ଯେ, ସଲମାନ ଏବଂ ମାଆଙ୍କ ବହୁତ ଭଲ ସମ୍ପର୍କ ଥିଲା ।

ସୁକାଇନା କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହେବାର ଏକ ସପ୍ତାହ ପୂର୍ବରୁ ମାଆ ସଲମାନଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ ।

ସୁକାଇନା ସଲମାନଙ୍କ ବିଷୟରେ କହିଛନ୍ତି, ମୁଁ ଜାଣେ ନାହିଁ କାହିଁକି ଲୋକମାନେ ତାଙ୍କ ବିଷୟରେ ଏପରି ଖରାପ କଥା କହୁଛନ୍ତି । ସେ ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି । ସଲମାନ ଏବଂ ମାଆଙ୍କ ସମ୍ପର୍କ ବହୁତ ଭଲ ଥିଲା । ଦୁହେଁ ଦୁହିଁଙ୍କୁ ତାଙ୍କର ସବୁ କଥା ସେୟାର ମଧ୍ୟ କରୁଥିଲେ । ସଲମାନ ଏବଂ ତାଙ୍କ ଟିମ ମୋ ମାଆ ଏବଂ ମୋର ସମଗ୍ର ପରିବାର ପାଇଁ ପ୍ରକୃତରେ ବହୁତ ଦୟାଳୁ ଏବଂ ସାହାଯ୍ୟକାରୀ ଥିଲେ ।

ମୋର ମନେ ଅଛି, ଯେତେବେଳେ ମାଆଙ୍କୁ ଏକ ସପ୍ତାହ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ସେ ନମାଜ ପାଠ କରିଥିଲେ । ଏହା ପରେ ମୁଁ ମାଆଙ୍କୁ ପଚାରିଥିଲି ଯେ ମାଆ ଆମ ପାଇଁ ପ୍ରାର୍ଥନା କରୁଛନ୍ତି କି? ଏହାର ଉତ୍ତରରେ ମାଆ କହିଥିଲେ, ହଁ ମୁଁ ମୋ ପରିବାର ପାଇଁ ପ୍ରାର୍ଥନା କରୁଛି । ଏଥିସହ ମୁଁ ଜଣେ ଖାସ ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି । ସେ ହେଉଛନ୍ତି ସଲମାନ । ସଲମାନ ବହୁତ ଲୋକମାନଙ୍କ ପାଇଁ ବହୁତ ଭଲ କାମ କରୁଛନ୍ତି । ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ସୁଖ କାମନା କରୁଛି ।

ପ୍ରକାଶ ଥାଉ କି, ଜୁଲାଇ 3, 2020ରେ ସରୋଜ ଖାନ ମୁମ୍ବାଇର ଗୁରୁ ନାନକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଯାହା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.