ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଖୁବଶୀଘ୍ର କମେଡି ଡ୍ରାମା ଫିଲ୍ମ ‘କୁଲି ନଂ1’ରେ ନଜର ଆସିବେ । ତାଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରୁଥିବାର ଦେଖାଯିବେ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ । ହେଲେ ଇତିମଧ୍ୟରେ ସାରା ଏମିତି ଏକ କାମ କରିଛନ୍ତି, ଯାହାକୁ ନେଇ ଆଶ୍ଚର୍ଯ୍ୟ ବରୁଣଙ୍କ ଫ୍ୟାନ୍ସ । କଥାଟି ହେଲା ଯେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସାରା ନିଜ ବନ୍ଧୁ ତଥା କୋ-ଷ୍ଟାର ବରୁଣଙ୍କୁ ଟ୍ରୋଲର କରି ଚର୍ଚ୍ଚାରେ ।
- " class="align-text-top noRightClick twitterSection" data="
">
ନିକଟରେ ବରୁଣ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସମୁଦ୍ର କୂଳରେ ଠିଆ ହୋଇଥିବାର ନଜର ଆସୁଛନ୍ତି । ଆଉ ଫୋନ ଇଫେକ୍ଟ ମାଧ୍ୟମରେ ରେନବୋ ମଧ୍ୟ ଫଟୋରେ ତିଆରି କରିଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘କାହାଣୀ ସତ’।
ତାଙ୍କର ଏହି ଫଟୋରେ କମେଣ୍ଟ କରି ସାରା ଲେଖିଛନ୍ତି, ‘ସତରେ ସମୁଦ୍ର କୂଳ ଯାଇଥିଲ । ମତେ ଲାଗିଲା କି ତୁମେ ମଜାକ କରୁଛ ।’ ତାଙ୍କ ଏହି କମେଣ୍ଟରୁ ସ୍ପଷ୍ଟ ହେଉଛି ଯେ ସେ ବରୁଣଙ୍କ ସହ ମଜାକ କରୁଛନ୍ତି ବୋଲି । ଏମିତି ପ୍ରଥମଥର ହୋଇନାହିଁ କି ସାରା ତାଙ୍କ ଫଟୋରେ କମେଣ୍ଟ କରିଥିଲେ । ପୂର୍ବରୁ ଅନେକଥର ବରୁଣ ମଧ୍ୟ ମଜାଦାର କମେଣ୍ଟ କରି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିସାରିଛନ୍ତି ।
ପ୍ରକାଶ ଥାଉକି ‘କୁଲି ନଂ 1’ ବ୍ୟତୀତ ସାରା ଅକ୍ଷୟ କୁମାର ଓ ସାଉଥ ସୁପରଷ୍ଟାର ଧନୁଷଙ୍କ ଆଗାମୀ ଫିଲ୍ମ ‘ଅତରଙ୍ଗୀ’ରେ ନଜର ଆସିବେ । ଯାହାର ସୁଟିଂ ଲକଡାଉନ ପାଇଁ ସ୍ଥଗିତ ରଖାଯାଇଛି ।