ETV Bharat / sitara

'ବାଜାର' କଭର ପେଜରେ ସାରାଙ୍କ ଯାଦୁ

ପୁଣି ନିଜ ଫଟୋ ଜରିଆରେ ଫ୍ୟାନ୍ସଙ୍କୁ ଦିୱାନା କଲେ ସାରା ଅଲ୍ଲୀ ଖାନ । ପପୁଲାର ବାଜାର ମାଗାଜିନରେ ଆସିଲେ ନଜର ।

author img

By

Published : Jun 8, 2019, 3:31 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ସାରା ଅଲ୍ଲୀ ଖାନ ବଲିଉଡରେ ପଦାର୍ପଣ କରିବା ମାତ୍ରେ 'କେଦାରନାଥ' ଓ 'ସିମ୍ବା' ଭଳି ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ଫେଭରେଟ ହୋଇସାରିଛନ୍ତି । କିଛି ଦିନ ମଧ୍ୟରେ ସାରା ଏତେ ପପୁଲାର ହୋଇଛନ୍ତି ଯେ, ତାଙ୍କ ଡିମାଣ୍ଡ ସବୁଠାରେ ଦେଖିବାକୁ ମିଳୁଛି । ଏହା କହିବା ଭୁଲ ହେବନାହିଁ କି ଷ୍ଟାର କିଡ୍ ହେବା ସତ୍ତ୍ବେ ସାରା ନିଜ ପରିଶ୍ରମରେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ନେବାରେ ସଫଳ ହୋଇଛନ୍ତି ।

ଫିଲ୍ମ ବ୍ୟତିତ ସାରା ଫଟୋସୁଟ ଏବଂ ନିଜ ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏଥର ମଧ୍ୟ ସେ ନିଜର ଫଟୋସୁଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସାରା ପପୁଲାର ମାଗାଜିନ 'ବାଜାର'ର କଭର ପେଜରେ ନଜର ଆସିଛନ୍ତି । ଏହି ମାଗାଜିନ ପାଇଁ ସାରା ଗ୍ଲାମରସ ଏବଂ ସୁନ୍ଦର ଫଟୋସୁଟ କରିଛନ୍ତି । ଯାହା ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଫଟୋସୁଟର ଅନେକ ଫଟୋ 'ବାଜାର' ମାଗାଜିନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛି । ଫଟୋରେ ସାରାଙ୍କ ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳୁଛି ।

ଏହି ଅବସରରେ ସାରା କହିଛନ୍ତି କି, ସେ ବଲିଉଡର ଅଂଶ ହୋଇ ବହୁତ ଖୁସି ଅନୁଭବ କରୁଛନ୍ତି । ଆଉ ନିଜ କାମ ଜରିଆରେ ନିଜ ପାଇଁ ଏକ ସ୍ଥାନ ତିଆରି କରିବାକୁ ଚାହୁଁଛନ୍ତି ।

ପ୍ରକାଶ ଥାଉକି, ସାରା ଆଜିକାଲି ନିଜର ଆଗାମୀ ଫିଲ୍ମ 'ଆଜ କଲ-2'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାବାଦ୍ ଦୁଇଜଣଙ୍କୁ ନେଇ ଶୁଣିବାକୁ ମିଳୁଛି ଯେ ପରସ୍ପରକୁ ଡେଟ କରୁଛନ୍ତି ବୋଲି ।

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.