ମୁମ୍ବାଇ: ସରିଲା ଫେମସ ଫିଲ୍ମ ମେକର ଇମତିଆଜ ଅଲ୍ଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଜ କଲ-2'ର ସୁଟିଂ । ଫିଲ୍ମରେ ପ୍ରଥମଥର କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନଙ୍କ କେମେଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମର ରାପଅପ ଫଟୋ ସେୟାର କରି ସାରା ଇନଷ୍ଟାଗ୍ରାମରେ ଏକ ଚିଠି ଲେଖିଛନ୍ତି ।
ଫିଲ୍ମ ସୁଟିଂ ପରେ ଲାଗୁଛି ଯେ ସାରା ନିଜ କୋ-ଷ୍ଟାର କାର୍ତ୍ତିକଙ୍କୁ ଖୁବ୍ ମିସ କରିବେ । ଏକଥା ଆମେ କହୁନୁ ଏହା ସାରା ନିଜେ ଇନଷ୍ଟା ପୋଷ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି । ସେ କାର୍ତ୍ତିକଙ୍କୁ ଖୁବ୍ ମିସ କରିବେ ବୋଲି କ୍ୟାପନସରେ ଲେଖିଛନ୍ତି ।
ଏହାସହ ସେ ଲେଖିଛନ୍ତି କି ଫିଲ୍ମର ରାପଅପ ହୋଇଯାଇଛି । 66 ଦିନ ଏବଂ ଅଗଣତି ସ୍ମୃତି । ତାଙ୍କ ସ୍ବପ୍ନକୁ ସତ କରିବା ପାଇଁ ସେ ଇମତିଆଜକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଇମତିଆଜଙ୍କ ଫିଲ୍ମରେ କାମ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା । ଆଉ ସେ କାର୍ତ୍ତିକ ଓ ଇମତିଆଜଙ୍କୁ ସବୁବେଳେ ମିସ କରିବେ ବୋଲି ଲେଖିଛନ୍ତି ।
ପ୍ରକାଶ ଥାଉକି ସାରା ଏକ ସାକ୍ଷାତକାରରେ କାର୍ତ୍ତିକଙ୍କୁ ଡେଟ କରିବା କଥା କହି ଚର୍ଚ୍ଚାରେ ଆସିଥିଲେ । ସେବେଠାରୁ ଦର୍ଶକ ଦୁଇଜଣଙ୍କୁ ପରଦାରେ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ଖାଲି ଏତିକି ନୁହେଁ ଏବେ ଏହି ଖବର ମଧ୍ୟ ଜୋର ଧରିଛି ଯେ ସାରା ଓ କାର୍ତ୍ତିକ ପରସ୍ପରକୁ ଡେଟ କରୁଛନ୍ତି ବୋଲି । କାରଣ ଦୁଇଜଣଙ୍କୁ ଅନେକ ଥର ଏକାଠି ବୁଲୁଥିବାର ଦେଖିବାକୁ ମିଳୁଛି ।