ETV Bharat / sitara

ସପନା ପାଇଁ ଆଗକୁ ଆସିଲେ ବିକାଶ

ଲୋକପ୍ରିୟ ହରିୟାଣୀ ଡାନ୍ସର ସପନା ଚୌଧୁରୀଙ୍କୁ ମିଳିଲାନାହିଁ ପ୍ରାପ୍ୟ ଟଙ୍କା । ଲୁଧିଆନାରେ କରିଥିଲେ ପରଫର୍ମ । ଉଚିତ ପାଉଣା ନମିଳିବାରୁ ଭାଇ ବିକାଶ ଚୋଧୁରୀ ଇଭେଣ୍ଟ ସଂସ୍ଥା ବିରୋଧରେ ଅଭିଯୋଗ କରିଛନ୍ତି ।

author img

By

Published : Feb 18, 2019, 10:20 AM IST

ଫଟୋ ସୌଜନ୍ୟ: ଏଏନଆଇ

ଲୁଧିଆନା: ଲୋକପ୍ରିୟ ହରିୟାଣୀ ଡାନ୍ସର ସପନା ଚୌଧୁରୀଙ୍କ ଭାଇ ବିକାଶ ଚୌଧୁରୀ ଲୁଧିଆନର ଏକ ଇଭେଣ୍ଟ ସଂସ୍ଥା ବିରୋଧରେ ଟଙ୍କା ନଦେବା ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସେ ମିଡିଆକୁ କହିଛନ୍ତି କି ସପନା ଲୁଧିଆନରେ ଏକ କାର୍ଯ୍ୟକ୍ରମରେ ପରଫର୍ମ କରିବା ପୂର୍ବରୁ ତାଙ୍କୁ 8 ଲକ୍ଷ ଟଙ୍କା ଫିସ୍ ଦିଆଯିବାର ଡିଲ୍ ହୋଇଥିଲା । କିନ୍ତୁ ଯେତେବେଳେ ସପନାଙ୍କ ପରଫର୍ମ ସରିଥିଲା ତାଙ୍କୁ 8 ଲକ୍ଷ ପରିବର୍ତ୍ତେ ମାତ୍ର 6 ଲକ୍ଷ ଟଙ୍କା ଦିଆଯାଇଥିଲା ।

ସେ ଆହୁରି କହିଛନ୍ତି କି ସପନା ସ୍ଥିର କରିଥିଲେ ଏହି ପରଫର୍ମରୁ ତାଙ୍କୁ ଯେତେ ଟଙ୍କା ମିଳିବ ସେ ଜାମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ସିଆରପିଏଫଙ୍କ ପରିବାରକୁ ଦାନ କରିବେ।

ଅନ୍ୟପଟେ ସପନା କିମ୍ବା ତାଙ୍କ ଭାଇଙ୍କ ପାଖରେ ସେହି ଇଭେଣ୍ଟ ସଂସ୍ଥା ବିଷୟରେ କୌଣସି ସଠିକ୍ ତଥ୍ୟ ଏଯାବତ ମିଳିନାହିଁ। ଏମିତି ବି ସେ ଲୁଧିଆନାରେ ଯେଉଁ ହୋଟେଲରେ ରହିଥିଲେ ସେଠାରେ ମଧ୍ୟ ରେଜିଷ୍ଟରରେ ସଂସ୍ଥାର କୌଣସି ନାମ ଲେଖା ହୋଇଥିବାର ସନ୍ଧାନ ପୋଲିସକୁ ମିଳିନାହିଁ। ହୋଟେଲର ସିସିଟିଭ ଫୁଟେଜକୁ ଆଧାର କରି ତଦନ୍ତ କରାଯାଉଛି ବୋଲି ପୋଲିସ ଜଣାଇଛି।

Intro:Body:

ଉଉଣୀଙ୍କୁ ମିଳିଲାନି ଟଙ୍କା, ଅଭିଯୋଗ ଆଣିଲେ ଭାଇ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.