ETV Bharat / sitara

ଆଙ୍ଗୁଠି ସର୍ଜରୀ କଲେ ଦଙ୍ଗଲ ଗର୍ଲ

ଲକଡାଉନ ସମୟରେ 'ଦଙ୍ଗଲ' ଫ୍ରେମ ଅଭିନେତ୍ରୀ ସାନିଆ ମଲହୋତ୍ରାଙ୍କୁ ଆଙ୍ଗୁଠି ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଖବର ଅନୁଯାୟୀ, ମେ 14 ତାରିଖରେ ସେ ରୋଷେଇ ଘରେ କାମ କରୁଥିବାବେଳେ ତାଙ୍କ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିଲା । ସାନିଆ ଏହି ବିଷୟରେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ସେୟାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 31, 2020, 7:08 PM IST

sanya malhotra little finger surgery amid lockdown
ଚଟଣୀ ତିଆରି କରିବା ସମୟରେ ଆଙ୍ଗୁଠି କାଟିଦେଇଥିଲେ ଦଙ୍ଗଲ ଗର୍ଲ

ମୁମ୍ବାଇ: ଗୋଟିଏ ପଟେ ଲକଡାଉନରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଘରେ ରହି ସେମାନଙ୍କ ପରିବାର ସହିତ ସମୟ ବିତାଉଛନ୍ତି । ସେହି ସମୟରେ ଅଭିନେତ୍ରୀ ସାନିଆ ମଲହୋତ୍ରାଙ୍କ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଆଙ୍ଗୁଠି ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଥିଲା ।

ଖବର ଅନୁଯାୟୀ, ମେ 14 ତାରିଖରେ ସାନିଆ ରୋଷେଇ ଘରେ ସସ୍ ତିଆରି କରୁଥିବା ସମୟରେ ତାଙ୍କ ଆଙ୍ଗୁଠିରେ ଗଭୀର ଆଘାତ ହୋଇଥିଲା । ସେ ଏକ ବ୍ଲେଣ୍ଡର ବ୍ୟବହାର କରୁଥିବାବେଳେ ତାଙ୍କ ହାତର ଛୋଟ ଆଙ୍ଗୁଠିରେ ଗୁରୁତର ଆହତ ହୋଇଥିଲା । ଏହି ଆଘାତ ହେତୁ ତାଙ୍କ ଆଙ୍ଗୁଠିକୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ସେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ସେ ଏହି ବିଷୟରେ ସୂଚନା ଦେଇଥିଲେ ।

ସାନିଆ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଡାହାଣ ହାତର ଆଙ୍ଗୁଠିରେ ଏକ ବ୍ୟାଣ୍ଡେଜ ଲଗା ହୋଇଛି । ଏହି ପୋଷ୍ଟର କ୍ୟାପସନରେ ସାନିଆ ଲେଖିଛନ୍ତି, । '9 ଦିନୋ କେ ବାଦ ମେ ଓ୍ବାପସ ଆଗୟି ହୁଁ, ଏକ ନେୟି ବନାୟି ଗୟି ଛୋଟେ ଉଙ୍ଗଲି କେ ସାଥ', ଲମ୍ବି କାହାଣୀ ଛୋଟି ଉଙ୍ଗଲି । ଘରେ ରୁହ ଏବଂ ସୁରକ୍ଷିତ ରୁହ ।

ନିକଟରେ ଦଙ୍ଗଲ ଗର୍ଲଙ୍କୁ 'ଶକୁନ୍ତଳା ଦେବୀ' ଏବଂ 'ଲୁଡୋ'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.