ETV Bharat / sitara

ପଦ୍ମାବତର ସଫଳତାରେ ଭାବବିହ୍ବଳ ନିର୍ଦ୍ଦେଶକ

ଏଥର 66 ତମ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପାଞ୍ଚୋଟି ପୁରସ୍କାର ଜିତିବାରେ ସଫଳ ହୋଇଛି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ’ । ଏନେଇ ନିଜ ଅନୁଭୂତି ସେୟାର କରିଛନ୍ତି ସେ ।

author img

By

Published : Aug 10, 2019, 12:20 PM IST

ଡିଜାଇନ ଫଟୋ

ମୁମ୍ବାଇ: ଗତକାଲି ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଆୟୋଜିତ ହୋଇଯାଇଛି 66ତମ ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଆଉ ଏହି ମହୋତ୍ସବରେ ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ପାଇଁ ବିଜୟର ସମାରୋହ ଥିଲା । ଯେବେ ତାଙ୍କ ଫିଲ୍ମ ‘ପଦ୍ମାବତ’ ସଙ୍ଗୀତ ପାଇଁ ଦୁଇଟି ପୁରସ୍କାର ସହିତ ତିନୋଟି ଜାତୀୟ ଫିଲ୍ମ ପୁରସ୍କାର ଜିତିବାରେ ସଫଳ ହୋଇଛି।

‘ପଦ୍ମାବତ ଫିଲ୍ମ’କୁ 66ତମ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବେଷ୍ଟ ମ୍ୟୁଜିକ ଡ୍ରାଇରେକ୍ଟର ରୂପେ ଭଂସାଲୀଙ୍କୁ ଏବଂ ବେଷ୍ଟ କୋରିଓଗ୍ରାଫର ରୂପେ କ୍ରିତି ମେହେଶ ମଧ୍ୟା ଓ ଜ୍ୟୋତି ତୋମରଙ୍କୁ ଆୱାର୍ଡ ମିଳିଛି । ସେହିପରି ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ରୂପେ ଅରଜିତ ସିଂଙ୍କୁ ‘ବିନତେ ଦିଲ୍’ ପାଇଁ ବେଷ୍ଟ ସିଙ୍ଗର ଆୱାର୍ଡ ମିଳିଛି । ଯାହାକୁ ନେଇ ଭାବବିହ୍ବଳ ନଜର ଆସୁଛନ୍ତି ସଞ୍ଜୟ ।

ପ୍ରକାଶ ଥାଉକି ‘ପଦ୍ମାବତ’ ଫିଲ୍ମଟି ଅନେକ ବାଦବିବାଦ ଦେଇ ସିନେମାଘରେ ପହଞ୍ଚିଥିଲା । ଯାହା ହଜାର ହଜାର ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇ 2018ର ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ସାମ୍ନାକୁ ଆସିଥିଲା ।

ଏହି ଅବସରରେ ସେ କହିଛନ୍ତି, ‘‘ମୁଁ ଅନେକ ସମସ୍ୟା ଏବଂ ବାଧାବିଘ୍ନରେ ପଦ୍ମାବତ ନିର୍ମାଣ କରିଥିଲି । ଯାହା ମୋ ପାଇଁ ସବୁଠାରୁ କଷ୍ଟଦାୟକ ଥିଲା । ଯାହା ତାଙ୍କ କ୍ୟାରିୟର ସବୁଠାରୁ କଠିନ ଫିଲ୍ମ ଥିଲା । ବିରୋଧ, ନାରାବାଜୀ, ଧାରଣ, ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅନେକ ଜିନିଷ ଥିଲା ଯାହା ତାଙ୍କ ଫିଲ୍ମ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଆଉ ସବୁଥର ମୁଁ ନିରାଶ ଅନୁଭବ କରିବା ସହ ସେହି ସମୟରେ ମୁଁ ନୂଆ ନୂଆ ଗୀତ ଫିଲ୍ମ ପାଇଁ ଲେଖୁଥିଲି । ଯାହା ଆଜି ମତେ ଭଲ ଆଉଟଲେଟ ଦେଇଛି । ଏହି ଜଟିଳ ପରିସ୍ଥିତିରେ ସକାରତ୍ମାକ ଉପାୟ ପାଇପାରିଥିଲେ ମୁଁ ।’’

ସେ ଆହୁରି କହିଥିଲେ କି ଯୋଗ୍ୟ ଲୋକଙ୍କ ଦ୍ବାରା ଏହି ଚୟନ ହୋଇଥିବା ପୁରସ୍କାର କାହାରିକୁ ମଧ୍ୟ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରୁଛି । ଅନ୍ୟପଟେ ପ୍ରଥମଥର ସଞ୍ଜୟ ବେଷ୍ଟ ମ୍ୟୁଜିକ ଡାଇରେକ୍ଟର ରୂପେ ଆୱାର୍ଡ ପାଇଛନ୍ତି । ଯାହାକୁ ନେଇ ସେ ଖୁବ୍ ଗର୍ବିତ ଅନୁଭବ କରୁଛନ୍ତି ।

ପ୍ରକାଶ ଥାଉକି ‘ପଦ୍ମାବତ’ ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନ, ପଦ୍ମାବତୀ ରୂପେ ଅଭିନୟ କରିଥିବା ବେଳେ ଶାହିଦ କପୁର ମହା ରାୱଲ ରତନ ସିଂ ରୂପେ ନଜର ଆସିଥିଲେ । ସେହିପରି ରଣବୀର ସିଂ ସୁଲତାନ ଆଲ୍ଲାଉଦ୍ଦିନୀ ଖିଲଜି ଭୂମିକାରେ ଦେଖାଯାଇଥିଲେ । ଫିଲ୍ମର ଘୋର ବିରୋଧ ରାଜସ୍ଥାନର କର୍ଣ୍ଣୀ ସେନା କରିବା ସ୍ବତ୍ତେ ଫିଲ୍ମଟି ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.