ETV Bharat / sitara

ଲୋକଙ୍କୁ ଗଛ ଲଗାଇବାକୁ ଅନୁରୋଧ କଲେ ସଞ୍ଜୁ ବାବା

ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) ସାଂସଦ ଜେ ସନ୍ତୋଶ କୁମାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ପଦକ୍ଷେପକୁ ସମର୍ଥନ କଲେ ସଞ୍ଜୟ ଦତ୍ତ । ଅଧିକ ପଢନ୍ତୁ...

Sanjay Dutt urges everyone to plant more trees
ଲୋକଙ୍କୁ ଗଛ ଲଗାଇବାକୁ ଅନୁରୋଧ କଲେ ସଞ୍ଜୁ ବାବା
author img

By

Published : Dec 8, 2020, 7:08 PM IST

ନୂଆଦିଲ୍ଲୀ: ଅଭିନେତା ସଞ୍ଜୟ ଦତ୍ତ ତେଲେଙ୍ଗାନା ରାଷ୍ଟ୍ର ସମିତି (TRS) ସାଂସଦ ଜେ ସନ୍ତୋଶ କୁମାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ପଦକ୍ଷେପକୁ ସମର୍ଥନ କରି ଅଧିକ ବୃକ୍ଷ ରୋପଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ସୋମବାର ସାଂସଦଙ୍କ ଜନ୍ମଦିନ ଅବସରରେ ସଞ୍ଜୁ ବାବା ହାଇଦ୍ରାବାଦର ଶିଳ୍ପାରାମାମ ଠାରେ ଏକ ଚାରା ରୋପଣ କରିଥିଲେ ।

ସନ୍ତୋଶଙ୍କ ପଦକ୍ଷେପକୁ ପ୍ରଶଂସା କରି ସଞ୍ଜୁ ବାବା ସବୁଜତା ଉପରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

"ମୁନ୍ନା ଭାଇ M.B.B.S." ଅଭିନେତା କହିଛନ୍ତି ଯେ, ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁତ ଖୁସି ଅଛନ୍ତି ଏବଂ ଏକ ସୁସ୍ଥ ପରିବେଶ ପାଇଁ ଲୋକଙ୍କୁ ଅଧିକ ବୃକ୍ଷ ରୋପଣ କରିବାକୁ ଆହ୍ବାନ କରିଛନ୍ତି ।

ସନ୍ତୋଶ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ସଞ୍ଜୟଙ୍କ ଅଂଶଗ୍ରହଣ ତାଙ୍କ ଜନ୍ମଦିନରେ ଏକ ଆଶ୍ଚର୍ଯ୍ୟଜନକ ଥିଲା । ବିଶେଷ କରି ଚାରା ରୋପଣରେ ଯୋଗ ଦେଇଥିବାରୁ ସେ ଅଭିନେତାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସକମାନଙ୍କୁ ମଧ୍ୟ ଏହି କାମ କରିବାକୁ ଅନୁରୋଧ କହିଥିଲେ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସନ୍ତୋଶଙ୍କଙ୍କ ଜନ୍ମଦିନ ଅବସରରେ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଦ୍ବାରା ପ୍ରକାଶିତ ପୁସ୍ତକ “ବିକାଶ ବେଦମ୍” ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.