ETV Bharat / sitara

ଶକ୍ତିଶାଳୀ ରାଜା ରୂପେ ସଞ୍ଜୁ ବାବା, ଆସିଲା ପୋଷ୍ଟର

author img

By

Published : Aug 28, 2019, 1:54 AM IST

ଆଉ ଦୁଇଦିନ ପରେ ରିଲିଜ ହେବାକୁ ଯାଉଛି ସଞ୍ଜୟ ଦତ୍ତଙ୍କ ପ୍ରଯୋଜିତ ଫିଲ୍ମ ‘ପ୍ରସ୍ଥାନମ’ର ଟ୍ରେଲର । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଲେ ସଞ୍ଜୟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ସଞ୍ଜୟ ଦତ୍ତ ନିଜ ପ୍ରଯୋନଜାରେ ନିର୍ମାଣ କରିଥିବା ଫିଲ୍ମ ‘ପ୍ରସ୍ଥାନମ’ ସେପ୍ଟେମ୍ବର 20ରେ ରିଲିଜ ହେବ । ଯାହାକୁ ନେଇ ଉତ୍ସାହିତ ଫିଲ୍ମ ଷ୍ଟାର-କାଷ୍ଟ । ଏହି ରାଜନୈତିକ ଡ୍ରାମା ଫିଲ୍ମଟି 2010ରେ ଆସିଥିବା ତେଲୁଗୁର ସୁପରହିଟ୍ ଫିଲ୍ମ ‘ପ୍ରସ୍ଥାନମ’ର ହିନ୍ଦୀ ରିମେକ ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବା କୋଟ୍ଟା । ସେ ତେଲୁଗୁ ‘ପ୍ରସ୍ଥାନମ’କୁ ମଧ୍ୟ ନିର୍ଦ୍ଦେଶିତ କରିଥିଲେ ।

ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଧିରେ ଧିରେ କରି ସବୁ ଷ୍ଟାରଙ୍କ ଫାଷ୍ଟ ଲୁକ ପୋଷ୍ଟର ଜାରି କରିବାରେ ଲାଗିଛନ୍ତି । ଆଉ ମଙ୍ଗଳବାର ରିଲିଜ କରିଦେଇଛନ୍ତି ସଞ୍ଜୟଙ୍କ ଫାଷ୍ଟ ଲୁକ ପୋଷ୍ଟର । ‘ପ୍ରସ୍ଥାନମ’ରେ ସଞ୍ଜୟ ଜଣେ ରାଜନେତା ବାଲଦେବ ପ୍ରତାପ ସିଂ ଭୂମିକାରେ ନଜର ଆସିବେ । ଯାହାଙ୍କ ଶାସନ ଉପରେ ଫିଲ୍ମର କାହାଣୀ ଆଧାରିତ । ଫାଷ୍ଟ ଲୁକ ପୋଷ୍ଟରେ ମଧ୍ୟ ସଞ୍ଜୟ ଶାସନକାରୀ ରାଜା ରୂପେ ନଜର ଆସୁଛନ୍ତି ।

ପୋଷ୍ଟରଟିକୁ ସୋସିଆଲ ମିଡିଆରେ ସେୟାର କରି ସଞ୍ଜୟ କ୍ୟାପସନରେ ଲେଖିଛନ୍ତି, ‘ଏହି ରାଜା ବିନା ଲଢେଇରେ ନିଜ ବିରାସତ ଛାଡିବ ନାହିଁ । ସେ ଏହାର ସୁରକ୍ଷା ପାଇଁ ନିଜ ଶକ୍ତିବଳରେ ସବୁକିଛି କରିବ । ଅଧିକ ଜାଣିବାକୁ ପାଇଁ ଅଗଷ୍ଟ 29ରେ ଆସିବାକୁ ଥିବା ପ୍ରସ୍ଥାନମ ଟ୍ରେଲରରେ ଦେଖନ୍ତୁ ।’

ପୋଷ୍ଟର ସେୟାର କରିବା ସହ ସଞ୍ଜୟ ଫ୍ୟାନ୍ସଙ୍କୁ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ ଜଣାଇଛନ୍ତି । ଏହାସହ ସେ ଫିଲ୍ମର ଏକ ପୋଷ୍ଟର ଟିଜର ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସବୁ ଷ୍ଟାରକାଷ୍ଟର ଭୂମିକା ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ଫିଲ୍ମରେ ସଞ୍ଜୟଙ୍କ ସହ ଅଲ୍ଲୀ ଫଜଲ, ଜ୍ୟାକି ଶ୍ରଫ, ମନିଷା କୋଇରାଲା, ଚଙ୍କି ପାଣ୍ଡେ, ସତ୍ୟଜିତ ଦୁବେ ଓ ଆମୟାର ଦସ୍ତୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Intro:Body:

ii

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.