ETV Bharat / sitara

ସଞ୍ଜୁ ବାବାଙ୍କୁ ଶକ୍ତିଶାଳୀ ଯୋଦ୍ଧା କହିଲେ ସୁବାଷ ଘାଇ

ସଞ୍ଜୟ ଦତ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି । ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା । ଏହି ଅବସରରେ ସୁଭାଷ ଘାଇ କହିଛନ୍ତି, ସଞ୍ଜୁ ଏହି ରୋଗ ସହ ଲଢିବେ ଏବଂ ଶୀଘ୍ର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶୀଘ୍ର ଭଲ ହୋଇଯିବ । ସଞ୍ଜୟ ଜଣେ ଶକ୍ତିଶାଳୀ ଯୋଦ୍ଧା । ଅଧିକ ପଢନ୍ତୁ...

"Sanjay Dutt is a strong fighter," says Subhash Ghai on the actor's health scare
ସଞ୍ଜୁ ବାବାଙ୍କୁ ଶକ୍ତିଶାଳୀ ଯୋଦ୍ଧା କହିଲେ ସୁଭାଷ ଘାଇ
author img

By

Published : Aug 12, 2020, 7:10 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି । ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା। ଏହି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ଶୀଘ୍ର ଆମେରିକା ଯିବେ ବୋଲି ଖବର ମିଳିଛି ।

ଏହି ଖବର ଶୁଣି ବାବାଙ୍କ ଫ୍ୟାନ୍ସ ସମସ୍ତେ ତାଙ୍କ ଆରୋଗ୍ୟକାମନା କରିବା ସହ ତାଙ୍କୁ ସାହସ ଦେଇଥିଲେ ।

ଏହି ଅବସରରେ ସଞ୍ଜୟଙ୍କୁ ସୁପରହିଟ୍ ଫିଲ୍ମ ‘ଖଲନାୟକ’ଦେଇଥିବା ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ କହିଛନ୍ତି, ସଞ୍ଜୁ ଏହି ରୋଗ ସହ ଲଢିବେ ଏବଂ ଶୀଘ୍ର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶୀଘ୍ର ଭଲ ହୋଇଯିବ । ସଞ୍ଜୟ ଜଣେ ଶକ୍ତିଶାଳୀ ଯୋଦ୍ଧା । ସେ ନିଶ୍ଚିତ ଭାବରେ ଏଥିରୁ ବାହାରିବେ । ତାଙ୍କର ଆରୋଗ୍ୟକାମନା ପାଇଁ କେବଳ ପ୍ରାର୍ଥନା କରିବା । ସଞ୍ଜୟଙ୍କ ଫିଲ୍ମ ‘ସଡକ- ୨’ର ଟ୍ରେଲର ରିଲିଜ୍ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.