ETV Bharat / sitara

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହଲେ ସଞ୍ଜୁ ବାବା

author img

By

Published : Aug 19, 2020, 4:24 PM IST

ନିକଟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସ କର୍କଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତେଣୁ ଗତକାଲି ରାତିରେ ସଞ୍ଜୟ ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

sanjay dutt admitted to kokilaben dhirubhai ambani hospital for cancer treatment
ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହଲେ ସଞ୍ଜୁ ବାବା

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତେଣୁ ଗତକାଲି ରାତିରେ ସଞ୍ଜୟ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ନିକଟରେ ଶୁଣିବାକୁ ମିଳିଥିଲା ଯେ, ସଞ୍ଜୟ ତାଙ୍କ ଚିକିତ୍ସା ପାଇଁ ଆମେରିକା ଯାଇପାରନ୍ତି ।

ଏହାର ଦୁଇ ଦିନ ପୂର୍ବରୁ ସଞ୍ଜୟଙ୍କୁ ନିଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇର ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ, ତାଙ୍କର କୋଭିଡ୍ ଟେଷ୍ଟ ମଧ୍ୟ ନିଆଗଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା ।

ଗତକାଲି ରାତି ପ୍ରାୟ 7.00 ସମୟରେ ସଞ୍ଜୟ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ସଞ୍ଜୟଙ୍କ ସହିତ ପତ୍ନୀ ମାନ୍ୟତା ଦତ୍ତ, ତାଙ୍କର ଦୁଇ ଭଉଣୀ - ପ୍ରିୟା ଦତ୍ତ, ନମ୍ରତା ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିସହିତ ସଞ୍ଜୟଙ୍କର କିଛି ଘନିଷ୍ଠ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ ।

  • Mumbai: Actor Sanjay Dutt leaves from his residence for Kokilaben Hospital. He says, "Pray for me." (Earlier visuals)

    He was diagnosed with lung cancer last week. pic.twitter.com/4gp8twQPxE

    — ANI (@ANI) August 18, 2020 " class="align-text-top noRightClick twitterSection" data=" ">

ବର୍ତ୍ତମାନ କୋକିଲାବେନ ହସ୍ପିଟାଲରେ ସଞ୍ଜୟ ତାଙ୍କର ଚିକିତ୍ସା ସମ୍ପର୍କରେ କୌଣସି ବୟାନ ଦେଇ ନାହାଁନ୍ତି । ଏହି ହସ୍ପିଟାଲରେ କେତେ ଦିନ ପର୍ଯ୍ୟନ୍ତ ସଞ୍ଜୟଙ୍କର ଚିକିତ୍ସା ଚାଲିବ, ତାହା ମଧ୍ୟ ଜଣାଇ ନାହାଁନ୍ତି ।

ସଞ୍ଜୟଙ୍କ ଫିଲ୍ମ 'ସଡକ- ୨' ଏବଂ 'ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ' ଆସିବାକୁ ଯାଉଛି । ଏହା ବ୍ୟତୀତ ସଞ୍ଜୟ 'କେଜିଏଫ୍ -୨'ରେ ଭିଲେନ୍ ଅଧିରା ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.