ମୁମ୍ବାଇ: ବଲିଉଡର ଫେମସ ସ୍କ୍ରିନରାଇଟର, ପ୍ରଯୋଜକ ତଥା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ 84ତମ ଜନ୍ମଦିନ ଖୁବ ଧୁମଧାମରେ ରବିବାର ପାଳନ ହୋଇଯାଇଛି। ଏହି ଅବସରରେ ଡାଡିଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ ଲାଡଲା ସଲମାନ । ବାପାଙ୍କ ସହ ନିଜର ଏକ ସୁନ୍ଦର ଫଟୋ ସେୟାର କରି ବର୍ଥଡେ ୱିଶ କରିଥିଲେ ସେ ।
- " class="align-text-top noRightClick twitterSection" data="
">
ଫଟୋରେ ସବୁଠୁ ମଜାଦାର କଥା ହେଲା କି ସଲମାନ ଓ ସଲିମ ମାଛ ଧରୁଥିବାର ନଜର ଆସୁଛନ୍ତି । ଏହାକୁ ସେୟାର କରି ସଲମାନ କ୍ୟାପସନରେ ଲେଖିଥିଲେ, ‘ହାପି ବର୍ଥଡେ ଡ୍ୟାଡି ।’
ପ୍ରକାଶ ଥାଉକି ଅଭିନୟରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସଲିମ ଜଣେ ବିଶିଷ୍ଟ ସ୍କ୍ରିପ୍ଟ ରାଇଟର । ସେ ଅନେକ ହିଟ୍ ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ । ବଲିଉଡରେ ତାଙ୍କ କ୍ୟାରିୟରର ଆରମ୍ଭ ନିର୍ଦ୍ଦେଶକ ଅମରନାଥ କରାଇଥିଲେ । ଏକ ବିବାହ ଫଙ୍କସନରେ ସମିଲକୁ ଦେଖିଥିଲେ ଅମରନାଥ । 400 ଟଙ୍କା ଦରମାରେ ସେ ସଲିମଙ୍କୁ ବମ୍ବେ ଡାକିଥିଲେ । ଯେଉଁଠାରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା । ଅଭିନେତା ରୂପେ ସଲିମ ପାଖାପାଖି 14ଟି ଫିଲ୍ମରେ ଅଭିନୟ କରିଥିଲେ ।
ବିଶିଷ୍ଟ ସଙ୍ଗୀତକାର, ଲେଖକ ଜାଭେଦ ଅଖତରଙ୍କ ସହ ମିଶି ସଲିମ ଅନେକ ହିଟ୍ ଫିଲ୍ମରେ କାହାଣୀ ଲେଖିଥିଲେ ।