ମୁମ୍ବାଇ: ଖୁବଶୀଘ୍ର ଭାଇଜାନ ସଲମାନ ଖାନ ପରଦାକୁ ନିଜର ଦୁଇଟି ବଡ ଫିଲ୍ମ ରାଧେ ଓ କିକ ନେଇ ଫେରିବେ । ରାଧେ ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ ଦିଶା ପଟାନୀ । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସଲମାନ ଓ ଫିଲ୍ମର ସହ-ନିର୍ମାତା ରାଧେର କ୍ଲାଇମେକ୍ସ ସିନ ପାଇଁ 7.5 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।
ରାଧେର କ୍ଲାଇମେକ୍ସ ସିନ ପାଖାପାଖି 20 ମିନିଟ ରଖାଯିବ । ଯାହାକୁ ନେଇ ଏବେ ଠାରୁ ପ୍ଲାନିଂ କରିବା ଆରମ୍ଭ କରିଦେଇଛନ୍ତି ମେକର୍ସ । ଏହି ଆକ୍ସନ ଡ୍ରାମା ଫିଲ୍ମରେ କ୍ଲାଇମେକ୍ସ ଶାନଦାର କରିବାକୁ କୌଣସି ସୁଯୋଗ ଛାଡିବାକୁ ଚାହୁଁନାହାଁନ୍ତି ମେକର୍ସ । କ୍ଲାଇମେକ୍ସ ସିନକୁ ଖାସ କରିବା ପାଇଁ ଭେଭି vfx ବ୍ୟବହାର କରାଯିବ ଫିଲ୍ମରେ । ଯେମିତି ଫିଲ୍ମ ବାହୁବଳି ପାର୍ଟ 1 ଓ ବହୁବଳୀ ପାର୍ଟ 2ରେ ଦେଖିଥିଲେ ଦର୍ଶକ । ଏହି 20 ମିନିଟ ସିନରେ ସଲମାନଙ୍କ ସହ ଫାଇଟ କରୁଥିବାର ନଜର ଆସିବେ ଅଭିନେତା ରଣଦୀପ ହୁଡ୍ଡା ।
ପ୍ରକାଶ ଥାଉକି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ‘ଦବଙ୍ଗ 3’ ନିର୍ଦ୍ଦେଶକ ପ୍ରଭୁ ଦେବା । ସଲମାନଙ୍କ ସହ ତାଙ୍କର ଏହା ଦ୍ବିତୀୟ ଫିଲ୍ମ ହେବ । ସଲମାନ ସବୁଥର ପରି ଏଥର ମଧ୍ୟ ଏହି ଫିଲ୍ମ ଇଦ ଅବସରରେ ରିଲିଜ କରିବାକୁ ଯାଉଛନ୍ତି ।