ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ରିଲିଜ ହେବାକୁ ପ୍ରସ୍ତୁତ । ଗୋଟିଏ ପଟେ ଫିଲ୍ମକୁ ନେଇ ଏକ୍ସାଇଟେଡ ଦର୍ଶକ। ଅନ୍ୟପଟେ ଫିଲ୍ମର ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ’ର ବିବାଦ କମିବାରେ ନାଁ ନେଉନାହିଁ । ଇତିମଧ୍ୟରେ ମେକର୍ସ ଦର୍ଶକଙ୍କୁ ପୁଣି ସରପ୍ରାଇଜ ଦେଇଛନ୍ତି । ଆଜ୍ଞା ହଁ, ଫିଲ୍ମର ଫେମସ ଗୀତ ‘ମୁନ୍ନା ବଦନାମ ହୁଆ’ର ଟିଜିର ଭିଡିଓ ଜାରି କରାଯାଇଛି ।
- " class="align-text-top noRightClick twitterSection" data="
">
ଗୀତରେ ସଲମାନ ନିଜ ଦବଙ୍ଗ ଷ୍ଟାଇଲରେ ନଜର ଆସୁଛନ୍ତି । ତାଙ୍କ ଅପୋଜିଟ୍ ‘ଲଭଯାତ୍ରୀ’ର ଅଭିନେତ୍ରୀ ୱାରିନା ହୁସୈନ ଦେଖାଯାଉଛନ୍ତି । ଗୀତର ଏହି ଝଲକ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏଯାବତ ଟିଜର ଭିଡିଓକୁ ଲକ୍ଷରୁ ଅଧିକା ଭ୍ୟୁଜ ମିଳିସାରିଲାଣି ।
ଇନଷ୍ଟାଗ୍ରାରେ ଟିଜରକୁ ସେୟାର କରି ସଲମାନ ଲେଖିଛନ୍ତି, ‘କମାଲ ଖାନଙ୍କ କଣ୍ଠ, ବାଦଶାହଙ୍କ ରାପ ଏବଂ ଚୁଲବୁଲ ପାଣ୍ଡେଙ୍କ ଦବଙ୍ଗାଇ, ଶୁଣନ୍ତୁ ମୁନ୍ନା ବଦନାମ ହୁଆ ।’ ପୂର୍ବରୁ ଫିଲ୍ମର ଅନେକ ଗୀତ ରିଲିଜ ହୋଇସାରିଛି । ଯାହା ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ‘ଦବଙ୍ଗ 3’ରେ ଦର୍ଶକ ପୁଣି ଦବଙ୍ଗ ବୟ ସଲମାନ ଖାନ ଓ ସୋନାକ୍ଷୀ ସିହ୍ନାଙ୍କ ରୋମାନ୍ସ ଦେଖିବାକୁ ପାଇବେ । ଡିସେମ୍ବର 20ରେ ରିଲିଜ ହେବ ଏହି ପ୍ରତିକ୍ଷିତ ଫିଲ୍ମ ।